ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଲଏସିରେ ପୁଣି ଥରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛି ଚୀନ ସେନା। କିନ୍ତୁ ଚୀନ ସେନାକୁ ରୋକିବାରେ ସଫଳ ହୋଇଛି ଭାରତୀୟ ସେନା। ଫଳରେ ଲଦାଖ ସୀମାରେ ଭାରତ ଓ ଚୀନ ସେନା ଆଉ ଥରେ ମୁହାଁମୁହିଁ ହୋଇଛନ୍ତି।

ରିପୋର୍ଟ ଅନୁସାରେ ଲଦାଖ ନିକଟ ପେଙ୍ଗଙ୍ଗ ହ୍ରଦ ନିକଟରେ ଗତ ୨୯-୩୦ ତାରିଖ ମଧ୍ୟରାତ୍ରିରେ ଏହି ସଂଘର୍ଷ ଘଟିଛି। ଦକ୍ଷିଣ ପେଙ୍ଗଙ୍ଗ ହ୍ରଦ ନିକଟରେ ଭାରତ ସୀମାନେ ଚୀନ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା। ଏହାକୁ ବିରୋଧ କରଥିଲା ଭାରତୀୟ ସେନା। କିନ୍ତୁ ଚୀନ ଏହାକୁ ସ୍ୱୀକାର କରୁନାହିଁ। ଭାରତ ସୀମାରେ ଚୀନ ପ୍ରବେଶ କରିବାକୁ ଚେଷ୍ଟା କରିନଥିବା ଚୀନ ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।BGU

ଗତ ୩ ମାସ ହେଲା ସୀମାରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ବାରମ୍ବାର ୨ ଦେଶ ମଧ୍ୟରେ ଆଲୋଚନା ହେଉଥିବା ସତ୍ତ୍ୱେ ସୁଧୁରୁ ନାହିଁ। ବାରମ୍ବାର  ନିଜର ଅଭ୍ୟାସ ଦୋହରାଉଛି ଚୀନ।

LEAVE A REPLY

Please enter your comment!
Please enter your name here