ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ବନ୍ୟା ଯୋଗୁ କଟକ ଜିଲ୍ଲାର ୮ଟି ବ୍ଲକ୍ ପ୍ରଭାବିତ ହୋଇଛି। ପ୍ରାୟ ୫୦ ପଞ୍ଚ।ୟତର ୯୮ଟି ଗ୍ରାମରେ ପାଣି ମାଡ଼ିଯାଇ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏନେଇ ଆଜି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଆଠଗଡ଼ ଓ ତିଗିରିଆ ଅଞ୍ଚଳ ପରିଦର୍ଶନ କରିବା ସହ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ଅନ୍ୟପକ୍ଷରେ ଅତିରିକ୍ତ ଜିଲ୍ଲାପାଳ ବିଜୟ ଖଣ୍ଡାୟତରାୟ ମଧ୍ୟ ବାଙ୍କୀ ଯାଇ ସେଠାକାର ସ୍ଥିତି ଯାଞ୍ଚ୍ କରିଛନ୍ତି। ସୂଚନା ମୁତାବକ, ଜିଲ୍ଲାରେ ସମୁଦାୟ ୬୮ହଜାର ୫୬୭ଜଣ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି। ବିଭିନ୍ନ ବ୍ଳକ୍‌ରେ ପାଣିଘେରରେ ଫସିରହିଥିବା ୪ହଜାର ୭୮୪ଜଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି।BGUଏବେ ସୁଦ୍ଧା ୧୧ ଗ୍ରାମର ୬ହଜାର ୬୩୬ଜଣ ପାଣି ଘେରରେ ରହିଥିବା ଜଣାପଡିଛି। ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ରାସ୍ତାମାନଙ୍କରେ ବନ୍ୟା ଜଳ ମାଡ଼ିଯାଇଥିବାରୁ ଯାତାୟତ ପାଇଁ ଆଜି ଅତିରିକ୍ତ ଦୁଇଟି ବୋଟ୍ ବ୍ୟବସ୍ଥା କରାଯାଇଛି । ଆଜି ସୁଦ୍ଧା ମୋଟ୍ ୧୪ ବୋଟ୍ ଉଦ୍ଧାର ଏବଂ ରିଲିଫ୍ ପହଞ୍ଚାଇବା କାର୍ଯ୍ୟରେ ନିୟୋଜିତ ରହିଛି। ଓଡ୍ରାଫ୍ ଓ ଅଗ୍ନିଶମ କର୍ମଚାରୀଙ୍କ ସମେତ ୩ଟି ଭେଟେନାରୀ ଚିକିତ୍ସା ଟିମ୍ ବିଭିନ୍ନ ଅଞ୍ଚଳ ପାଇଁ ନିୟୋଜିତ ଥିବା ସୂଚନା ମିଳିଛି। ତିଗିରିଆରେ ୨ହଜାର ୮୫୩ ଏବଂ ନିଶ୍ଚିନ୍ତକୋଇଲିରେ ୧୨ଶହ ପଶୁ ପ୍ରଭାବିତ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ କୁହାଯାଇଛି। ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସହିତ ୪୩.୫୮ କୁଇଣ୍ଟାଲ୍ ଚୁଡ଼ା, ୧୦.୬୫ କୁଇଣ୍ଟାଲ୍ ଗୁଡ଼ ଓ ୧୯ କୁଇଣ୍ଟାଲ୍ ବିସ୍କୁଟ୍ ମହଜୁଦ୍ ରଖାଯାଇଛି ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି।

Comment