ଓଡ଼ିଶାଲାଇଭ୍ ବ୍ୟୁରୋ

- ଆଜି ରାଜ୍ୟରୁ ସୁସ୍ଥ ହେଲେ ୩୪୮୪ କୋଭିଡ୍ ରୋଗୀ
- ଖୋର୍ଦ୍ଧାରୁ ସର୍ବାଧିକ ୮୯୦ ଜଣ ସୁସ୍ଥ
- ରାଜ୍ୟର କରୋନାରୁ ସୁସ୍ଥ ରୋଗୀଙ୍କ ସଂଖ୍ୟା ୮୦ ହଜାର ଟପିଲା
କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଲେ ରାଜ୍ୟର ଆଉ ୩୪୮୪ କୋଭିଡ୍ ରୋଗୀ। ଏଥିସହ ରାଜ୍ୟର ସୁସ୍ଥ ରୋଗୀଙ୍କ ସଂଖ୍ୟା ୮୦ ହଜାର ଟପିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ କରି ସୂଚନା ଦେଇଛି।
Another 3484 #COVID19 patients have recovered and are being discharged on 01.09.2020
890 from Khordha
314 from Jajpur
302 from Rayagada
253 from Ganjam
162 from Kendrapara
143 from Cuttack
131 from Mayurbhanj
130 from Koraput
126 from Nayagarh
105 from Baleswar— H & FW Dept Odisha (@HFWOdisha) September 1, 2020
ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୯୦ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଯାଜପୁରରୁ ୩୧୪, ରାୟଗଡ଼ାରୁ ୩୦୨, ଗଞ୍ଜାମରୁ ୨୫୩ ଜଣ ସୁସ୍ଥ ହୋଇଛନ୍ତି।
16 from Kalahandi
12 from Boudh
7 from Deogarh
4 from NuapadaThe total recovered cases of Odisha now stand at 80770
— H & FW Dept Odisha (@HFWOdisha) September 1, 2020
ଏହାସହ କେନ୍ଦ୍ରାପଡ଼ାରୁ ୧୬୨, କଟକରୁ ୧୪୩, ମୟୂରଭଞ୍ଜରୁ ୧୩୧, କୋରାପୁଟରୁ ୧୩୦, ନୟାଗଡ଼ରୁ ୧୨୬ ଓ ବାଲେଶ୍ୱରରୁ ୧୦୫ ରୋଗୀ ସୁସ୍ଥ ହୋଇଛନ୍ତି।
ଆଜି ରାଜ୍ୟରୁ ୩୦୨୫ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିଲେ। ହେଲେ ଏହାଠାରୁ ଅଧିକ ସଂଖ୍ୟକ ରୋଗୀ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି।


















