ଓଡ଼ିଶାଲାଇଭ୍‌ ବ୍ୟୁରୋ

କିନ୍ନର ସାଧନା ମିଶ୍ରଙ୍କ ସଂଘର୍ଷ ଓ ସଶକ୍ତିକରଣର କାହାଣୀ…

ଏଠି, ସେଠି, ସବୁଠି ଲୋକଙ୍କ ଟାହିଟାପରାକୁ ସାମ୍ନା କରି ସେଦିନର ସତ୍ୟସୁନ୍ଦର ଆଜି ସାଧନା ମିଶ୍ର ପାଲଟି ଯାଇଛନ୍ତି। ସଂଘର୍ଷ କରି କିସ୍‌ରେ ସୋସିଆଲ ଡେଭଲପମେଣ୍ଟ ଅଫିସର ହୋଇ ସମାଜରେ ପ୍ରତିଷ୍ଠିତ ହୋଇଛନ୍ତି ସାଧନା। ତେବେ ଏହି ସଫଳତା ପାଇବା ପଛରେ କ’ଣ ଥିଲା ସଂଘର୍ଷର କାହାଣୀ…

ଘରର ସାନପୁଅ ସତ୍ୟସୁନ୍ଦର

କେନ୍ଦୁଝରର ଏକ ନିମ୍ନ ମଧ୍ୟବିତ ପରିବାରରେ ଜନ୍ମ ହୋଇଥିଲେ ସେଦିନର ସତ୍ୟସୁନ୍ଦର ଓରଫ୍‌ ସାଧନା ମିଶ୍ର। ଘରର ସାନପୁଅ ହୋଇଥିବାରୁ ସମସ୍ତେ ଗେହ୍ଲାରେ ଡାକନ୍ତି ନିନି। ବାପା ଜଣେ ସରକାରି ସ୍କୁଲରେ ଥିଲେ ପିଅନ। ପିଲାଦିନେ ଦେଖିବାକୁ ଖୁବ୍ ଗୁଲୁ ଗୁଲିଆ ଥିଲେ ନିନି। ନିନି ପାଇଁ  ସମସ୍ତଙ୍କ ଆଦର ଅନେକ। ବିଶେଷକରି ବାପାଙ୍କର। ଗେହ୍ଲାପୁଅ ନିନିର ସବୁ ଅଳି ଅଝଟ ଥାଏ ବାପାଙ୍କ ପାଖରେ।

ପିଲାବେଳେ ନିଜ ଭଉଣୀଙ୍କ ଡ୍ରେସ ପିନ୍ଧିବା, ସଜେଇ ହେବା ପାଇଁ ସ ପସନ୍ଦ କରନ୍ତି। କିନ୍ତୁ ବୟସ ବଢ଼ିବା ସହିତ  ନିନିଙ୍କରର ଏ ସବୁ ଇଚ୍ଛା ବି ବଢ଼ିବାକୁ ଲାଗିଲା। କିନ୍ତୁ ସେତବେଳେ ତା ଉପରେ ଲାଗିଲା ପରିବାରର କଟକଣା। ସେ ବୁଝିପାରୁନଥିଲେ କିଛି। ଛୋଟବେଳରୁ ହିଁ ନିଜ ସମ୍ପର୍କୀୟ ତାଙ୍କ ସହିତ ଅଲଗା ବ୍ୟବହାର କରୁଥିଲେ।

ଘରୁ ବାହାରିଲେ ଶୁଣିବାକୁ ପଡ଼ୁଥିଲାମାଇଚିଆ

ନିନି ଧୀରେ ଧୀରେ ବଡ଼ ହେଲେ। ଘରୁ ବାହାରି ସ୍କୁଲ ଗଲେ। ହେଲେ କଣ ହେଲା କେଜାଣି ସେ ଜୁଆଡେ ଗଲେ ସମସ୍ତେ ତାଙ୍କୁ ମାଇଚିଆ ବୋଲି ଡାକିଲେ। ଲାଗୁ ନଥିଲା। ଘରେ କହିଲାରୁ ଓଲଟା  ଉପରେ ଗାଳି ପଡ଼ୁଥିଲା। ଲୋକଙ୍କ ଟାହି ଟାପରା ଶୁଣି ଆଖିରୁ ଲୁହ ଗଡ଼ି ଆସିଲେ ବି ଲୁହକୁ କେହି ଦେଖି ପାରନ୍ତି ନାହିଁ।

ସ୍କୁଲରେ ବି ଟାହିଟାପରା

ବାପା ଯେଉଁ ସ୍କୁଲରେ ପିଅନ ଚାକିରି କରୁଥିଲେ ସେହି ସ୍କୁଲ୍‌ରେ ହିଁ ନିନି ପାଠ ପଢ଼ିଲେ। ହେଲେ ସେଠି ବି କାନରେ ବାରମ୍ବାର ବାଜିଲା ‘ମାଇଚିଆ’ ଶବ୍ଦ। ସ୍କୁଲରେ ମଧ୍ୟ ସମସ୍ତେ ପିଅନ ପୁଅଟା ମାଇଚିଆ ବୋଲି କହୁଥିଲେ। ବାପାଙ୍କ ସମ୍ମାନକୁ ତଳେ ନପକାଇବା ପାଇଁ ନିନି ପୁଅ ହେବାକୁ ଚେଷ୍ଟା କଲେ।

ବାପାଙ୍କ ମୁଣ୍ଡ ତଳକୁ ନକରିବା ପାଇଁ ମୁଁ ପୁଅ ହେବା ପାଇଁ ଚେଷ୍ଟା କଲେ। ହାପ୍‌ ପ୍ୟାଣ୍ଟ ପିନ୍ଧି ସ୍କୁଲ ଯିବା ଆସିବା କଲେ। କିନ୍ତୁ ଲୋକମାନେ ଅଲଗା ନଜରରେ ଦେଖିଲେ। ସ୍କୁଲ ଗଲା ବେଳେ କଟମଟ କରି ଅନାଉଥିଲେ ସମସ୍ତେ।

ଲୁଚି ଲୁଚି ଭଉଣୀର ଫ୍ରକ୍ ପିନ୍ଧୁଥିଲା ନିନି

ପୁଅଙ୍କ ପରି ରହିବାକୁ ଚେଷ୍ଟା କରି ହାର୍ ମାନି ଯାଉଥିଲେ ନିନି। ସେ ନିଜ ଦୁନିଆରେ ରହିବାକୁ ପସନ୍ଦ କରୁଥିଲେ। ହେଲେ ଘରର କଡ଼ା ତାଗିଦ ଓ କଟକଣା ପାଖରେ ମୁଣ୍ଡ ନୁଆଁଇ ଦେଇଥିଲେ ସେ।

ସେଥିପାଇଁ ଘରେ କେହି ନଥିବା ବେଳେ ଲୁଚିକି ଭଉଣୀର ଫ୍ରକ୍ ପିନ୍ଧି ଦେଉଥିଲେ ନିନି। ନାଇତ ମା’ର ଲୁଗାକୁ ଗୁଡ଼େଇ ହୋଇ ପଡ଼ୁଥିଲେ। ଏହି ସବୁ ଭିତରେ ରହି ଅଣନିଃଶ୍ୱାସୀ ହୋଇ ନିଜର ଏକ ନୂଆ ପରିଚୟ ଖୋଜିବା ପାଇଁ ବାହାରିଥିଲେ।

ବନ୍ଦ ହୋଇଗଲା ଘରର କବାଟ

ଘର ଲୋକଙ୍କ ପାଇଁ  କିନ୍ନର ସାଧନା ମିଶ୍ର ଥିଲେ ପୁଅ। ପାଠ ପଢ଼ା ସରିବା ପରେ ଘରେ ବାଧ୍ୟ କଲେ ବାହାଘର ପାଇଁ। କିନ୍ତୁ ମନା କରି ଦେଇଥିଲେ ନିନି। ଫଳରେ ଘରର କବାଟ ବନ୍ଦ ହୋଇଗଲା ସବୁଦିନ ନିନି ପାଇଁ। ଶେଷରେ ନିନି ଘର ଛାଡ଼ିଲେ।

ନୂଆ ପରିଚୟ ପାଇଁ ଲଢ଼େଇସତ୍ୟସୁନ୍ଦରରୁ ସାଧନା ମିଶ୍ର

କେନ୍ଦୁଝର ଛାଡ଼ି ଭୁବନେଶ୍ୱରରେ ଏମ୍‌ଏସ୍‌ଡବ୍ଲ୍ୟୁ କୋର୍ସ କଲେ ନିନି। ପ୍ଲେସମେଣ୍ଟ ପାଇ ମୁଁ ଗୁଜରାଟ ଗଲେ। କଲେଜ ପଢ଼ିବା ବେଳେ ସେ ଜାଣିଯାଇଥିଲି ଯେ  ସେ ଜଣେ କିନ୍ନର। ଗୁଜରାଟରେ ନୂଆ ପରିଚୟ ପାଇଁ ସଂଘର୍ଷ କରିବା ବେଳେ ଟାହିଟାପରା ଶୁଣିବାକୁ ମିଳିଥିଲା। ଛୋଟ ବେଳେ  ଯେଉଁସବୁ ଘଟଣା ଘଟୁଥିଲା ସେସବୁ ଗୁଜରାଟରେ ମଧ୍ୟ ସାମ୍ନା କରିବାକୁ ପଡ଼ିଥିଲା।

 ଗୁଜରାଟରୁ ଭୁବନେଶ୍ୱରକିସ୍ଦେଲା ନୂଆ ପରିଚୟ

ଗୁଜରାଟରେ ବିଭିନ୍ନ ସୋସିଆଲ ସେକ୍ଟରରେ କାମ କରିବା ପରେ ଭୁବନେଶ୍ବର ଫେରିଥିଲେ ସାଧନା। କିନ୍ନର ମୀରା ପରିଡ଼ାଙ୍କ ସହ ମିଶି ସେ କିନ୍ନରମାନଙ୍କ ପାଇଁ ଏକ ସଙ୍ଗଠନ ଆରମ୍ଭ କରିଥିଲେ। ଏହା ସଫଳ ହୋଇଥିଲା।

ହଠାତ୍ ତାଙ୍କ ପାଖକୁ ୟୁଏସ୍‌ ସରକାରଙ୍କ ପାଖରୁ ଏକ ଚିଠି ଆସିଲା। ହ୍ୱାଇଟ ହାଉସ୍‌ରେ ଏକ କାର୍ଯ୍ୟକ୍ରମରେ ଭାରତର ପ୍ରତିନିଧିତ୍ୱ କରିବା ପାଇଁ ଏହି ଚିଠିଟି ଥିଲା। କେନ୍ଦୁଝରରୁ ଭୁବନେଶ୍ୱର ଏବଂ ସିଧା ହ୍ୱାଇଟ୍ ହାଉସ୍ ଯାତ୍ରା ଭାଗ୍ୟରେ ଜୁଟିବ ବୋଲି ସେ କେବେ ଭାବି ନଥିଲେ।

ଭୁବନେଶ୍ୱର ଫେରିବା ପରେ କିଟ୍‌ ଓ କିସ୍ ପକ୍ଷରୁ ସାଧନାଙ୍କୁ ମିଳିଥିଲା ଅଫର୍। ଏବେ ସେ କିସ୍‌ରେ ସୋସିଆଲ ଡେଭଲପମେଣ୍ଟ ଅଫିସର ପ୍ରତିଷ୍ଠିତ ହୋଇଛନ୍ତି।

ସଂଘର୍ଷ କରିବା ପରେ ବି ହାର ମାନି ନାହାନ୍ତି ସାଧନା। ସେଥିପାଇଁ ଆଜି ସେ ଶହ ଶହ କିନ୍ନରଙ୍କ ପ୍ରେରଣା ହେବା ସହ ସମାଜରେ ବି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। କେବଳ ଏତିକି ନୁହେଁ ଅନେକ ସାମାଜିକ ସଙ୍ଗଠନ ସହ ଯୋଡ଼ି ହୋଇ ନିଜଭଳି କିନ୍ନରମାନଙ୍କୁ ସମାଜର ମୁଖ୍ୟଧାରାରେ ସାମିଲ କରାଇବାକୁ ତାଙ୍କର ଚେଷ୍ଟା ଜାରି ରହିଛି।

Comment