ଓଡ଼ିଶାଲାଇଭ୍ ବ୍ୟୁରୋ
ଆପଣ ଯଦି ଏକୁଟିଆ ନିଜ ଗାଡ଼ିରେ ବସି କେଉଁଆଡ଼େ ଯାଉଛନ୍ତି ତେବେ ଆପଣ ମାସ୍କ ପିନ୍ଧିବା ଜରୁରୀ ନୁହେଁ। ଆପଣ ବିନା ମାସ୍କରେ ଗାଡ଼ିରେ ବସି ଯାତ୍ରା କରିପାରିବେ। ଏଥିପାଇଁ ଆପଣଙ୍କୁ କୌଣସି ପ୍ରକାର ଫାଇନ୍ ଆଦାୟ କରାଯାଇପାରିବ ନାହିଁ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ ଆଜି ପ୍ରେସମିଟ୍ କରି ଏଭଳି ସୂଚନା ଦେଇଛନ୍ତି। ସେ କହିଛନ୍ତି ଗାଡ଼ିରେ ଏକୁଟିଆ ଯାଉଥଇଲେ ମାସ୍କ ପିନ୍ଧିବା ଜରୁରୀ ନୁହେଁ। ଏଭଳି କୌଣସି ନିର୍ଦ୍ଦେଶନାମା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇନାହିଁ।
ଯଦି ଆପଣମାନେ ଏକାଠି ହୋଇ ସାଇକେଲ ଚଲାଉଛନ୍ତି କିମ୍ବା ରନିଂ ଆଦି କରୁଛନ୍ତି ତେବେ ଆପଣ ମାସ୍କ ପିନ୍ଧିବା ଜରୁରୀ। ଏହି ସବୁ ଏକୁଟିଆ କାମ ପାଇଁ ମାସ୍କ ପିନ୍ଧିବା ଜରୁରୀ ନୁହେଁ ବୋଲି ସେ କହିଛନ୍ତି।
ଏଥିସହ ଦେଶରେ ଧୀରେଧୀରେ କରୋନା ସ୍ଥିତି ସୁଧୁରିବାରେ ଲାଗିଛି। ଏଯାଏଁ ଦେଶରେ ମୋଟ୍ ୪ କୋଟି ୫୦ ଲକ୍ଷରୁ ଅଧିକ ଟେଷ୍ଟ ହୋଇସାରିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ୬୮ ହଜାର ୫୮୪ ଜଣ ଆକ୍ରନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ଵାସ୍ଥ୍ୟ ସଚିବ ରାଜେଶ ଭୂଷଣ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି।


















