ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁନିଆରେ ଆପଣ ବିଭିନ୍ନ ପ୍ରକାର ଘର ଦେଖିଥିବେ। କିନ୍ତୁ ଇରାନର କନ୍ଦୋବନ ଗାଁରେ ଥିବା ଘରଗୁଡ଼ିକୁ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ନହୋଇ ରହିପାରିବେ ନାହିଁ। ଏହି ଗାଁର ଲୋକେ ପକ୍ଷୀଙ୍କ ପରି ବସା କରି ରହିଥାନ୍ତି। ତେବେ ଘରଗୁଡ଼ିକର ଏଭଳି ଆକାର ପଛରେ ୭୦୦ ବର୍ଷ ପୁରୁଣା ରହସ୍ୟ ଯୋଡ଼ି ହୋଇ ରହିଛି। ଆସନ୍ତୁ ଜାଣିବା ସେହି ରହସ୍ୟ ବିଷୟରେ..

ଇରାନର ୭୦୦ ବର୍ଷ ପୁରୁଣା କନ୍ଦୋବନ ଗାଁର ଲୋକମାନେ ପକ୍ଷୀ ବସା ପରି ଘର କରିବା ପଛରେ ଅନେକ କାରଣ ରହିଛି। ସେଥିମଧ୍ୟରୁ ଗୋଟିଏ ହେଲା ତାପମାତ୍ରା ନିୟନ୍ତ୍ରଣ। ଏହି ଗାଁର ଲୋକମାନେ ଶୀତଦିନେ ହିଟର କିମ୍ବା ଖରାଦିନେ ଏସି ବ୍ୟବହାର କରନ୍ତି ନାହିଁ। କାରଣ ସେମାନଙ୍କ ଘରଗୁଡ଼ିକ ଅଜବ ଲାଗୁଥିଲେ ମଧ୍ୟ ଖରାଦିନେ ଥଣ୍ଡା ଏବଂ ଶୀତଦିନେ ଗରମ ରହିଥାଏ। ତେଣୁ ଭିନ୍ନ ଭିନ୍ନ ଋତୁରେ ଘରଗୁଡ଼ିକ ଅନୁକୂଳ ତାପମାତ୍ରା ପ୍ରଦାନ କରିଥାଏ। ଫଳରେ ଏହି ଘର ବେଶ୍ ଆରାମଦାୟକ ହୋଇଥାଏ ବୋଲି ଗାଁ ଲୋକେ ମତ ଦିଅନ୍ତି।BGUଏହି ଗାଁରେ ରହୁଥିବା ଲୋକଙ୍କ କହିବା ଅନୁସାରେ ଇରାନ୍‌ର ଅଧିବାସୀ ମଙ୍ଗୋଲଙ୍କ ଆକ୍ରମଣରୁ ବର୍ତ୍ତିବା ପାଇଁ ଏଭଳି ଘର ତିଆରି କରି ରହୁଥିଲେ। ମଙ୍ଗୋଲମାନେ ଆକ୍ରମଣ କଲେ ସେମାନେ ଜ୍ଵାଳାମୁଖୀ ଚଟାଣରେ ଖୋଦେଇ କରି ସେଥିରେ ଲୁଚି ଯାଉଥିଲେ। ପରେ ତାହା ସେମାନଙ୍କର ସ୍ଥାୟୀ ଘର ପାଲଟି ଯାଉଥିଲା।

Comment