ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ପ୍ରତ୍ୟେକ ବ୍ୟକ୍ତିର ପରିଚୟ ତା’ର ନାମରୁ ଆସିଥାଏ। ସମସ୍ତେ ପରସ୍ପରକୁ ନାଁ ଧରି ଡକାଡକି ହୋଇଥାନ୍ତି। କିନ୍ତୁ ଭାରତରେ ଏମିତି ଏକ ଗାଁ ଅଛି, ଯେଉଁଠି ଲୋକେ ବ୍ୟକ୍ତିର ନାଁ ନେଇ ପାଟିରେ ହୁଇସିଲ୍ ମାରି ଡାକିଥାନ୍ତି।

ମେଘାଳୟର ଏହି ଗାଁର ନାଁ ହେଲା ‘କଙ୍ଗଥନାଥ୍’। ଏହି ଗାଁରେ କେହି କାହାର ନାଁ ଧରି ଡାକନ୍ତି ନାହିଁ ବରଂ ହୁଇସିଲ୍‌ ମାରି ଡାକିଥାନ୍ତି। ଏଠାକାର ଲୋକେ ଏହାକୁ ସ୍ୱର ବୋଲି କହନ୍ତି। ଏହି ଗାଁରେ ଯେତେବେଳେ କୌଣସି ଶିଶୁ ଜନ୍ମ ହୁଏ, ସେତେବେଳେ ତାର ନାଁ ରଖାଯାଇ ନଥାଏ, ବରଂ ତା’ ପାଇଁ ଏକ ନୂଆ ହୁଇସିଲ୍ ସ୍ୱର ପ୍ରସ୍ତୁତ ହୋଇଥାଏ। ପିଲାକୁ ସେହି ସ୍ୱରରେ ଡକାଯାଇଥାଏ। ଏହି କାମ ତାର ମା’ କରିଥାଏ।

ଏଠାରେ ରହୁଥିବା ଅଧିକାଂଶ ଲୋକ ଜନଜାତି ଶ୍ରେଣୀର। କାଠ ଆଉ ଟିଣରେ ଏମାନଙ୍କ ଘର ତିଆରି ହୋଇଥାଏ। ଏହି ଗାଁକୁ ଯିବା ଏତେ ସହଜ ନୁହେଁ। ବଣ ଜଙ୍ଗଲରେ ଲୋକଙ୍କ ଦିନ କଟୁଛି। ୨୦୦୦ ମସିହାରେ ଗାଁକୁ ବିଜୁଳି ଯାଇଥିବା ବେଳେ ୨୦୧୩ ମସିହାରେ ଏକମାତ୍ର ସଡ଼କ ରାସ୍ତା ନିର୍ମାଣ ହୋଇଛି।

Comment