ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱରେ ଏଭଳି ଏକ ଗାଁ ରହିଛି ଯାହା ଜମିଠାରୁ ୩ ହଜାର ଫୁଟ ତଳେ ଅବସ୍ଥିତ। କିନ୍ତୁ ଏହି ଗାଁରେ ସହରୀ ଭଳି ସବୁ ସୁବିଧା ଉପଲବ୍ଧ। ଆମେରିକାର ଏହି ଗାଁଟି ଏତେ ଲୋକପ୍ରିୟ ହୋଇଛି, ଏଠାକୁ ପ୍ରତିବର୍ଷ ୫୫ ଲକ୍ଷ ପର୍ଯ୍ୟଟକ ଭ୍ରମଣରେ ଆସୁଛନ୍ତି। ୨୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ସମସ୍ତ ସୁବିଧା ଉପଲବ୍ଧ। ଗାଁରେ ସ୍କୁଲଠାରୁ ଆରମ୍ଭ କରି ଚର୍ଚ୍ଚ, ବ୍ୟାଙ୍କ, ପୋଷ୍ଟ ଅଫିସ, ଔଷଧ ଦୋକାନ, ସାଧାରଣ ଦୋକାନଠାରୁ ଆରମ୍ଭ କରି କାଫେ ପର୍ଯ୍ୟନ୍ତ ରହିଛି।

ଏହି ଗାଁର ନାଁ ହେଉଛି ସୁପାଈ। ଏଠାକାର ପୋଖରୀ ଏବଂ ଝରଣାର ପ୍ରାକୃତିକ ମନୋରମ ପର୍ଯ୍ୟଟକଙ୍କୁ ଖୁବ ଆକର୍ଷିତ କରିଥାଏ।  ଏହି ଗାଁରେ ରେଡ୍ ଇଣ୍ଡିଆନ୍ସ ରହିଥାନ୍ତି। ଜୀବନଯାପନ ପାଇଁ ଏଠାକାର ଲୋକେ ମକା ଏବଂ ବିନ୍ସ ଚାଷ କରିଥାନ୍ତି।

ପର୍ଯ୍ୟଟକ ମାନେ ଏଠାକୁ ଆସିବା ପାଇଁ ହେଲିକପ୍ଟର ଉପରେ ନିର୍ଭର କରିଥାନ୍ତି। ଜମିଠାରୁ ତିନି ହଜାର ଫୁଟ ତଳେ ଥିବାରୁ ଯାତାୟତରେ ବାଧାପ୍ରାପ୍ତ ହୋଇଥାଏ। ସେଥିପାଇଁ ଲୋକେ ଖଚର ଉପରେ ନିର୍ଭର କରିଥାନ୍ତି। ବିପଦଜନକ ସ୍ଥାନ ସତ୍ୱେ ଏହି ଗାଁରେ ବର୍ଷସାରା ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ।

Comment