ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିର କରୋନା ରିପୋର୍ଟ

ଆଜି ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରୁ ମୋଟ୍ ୩୨୬୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୯୬୧ ଚିହ୍ନଟ ହୋଇଥିଲା ବେଳେ ୧୩୦୬ ଲୋକାଲ କେସ ରହିଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧ ଲକ୍ଷ ୧୬ ହଜାର ୬୭୮କୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିଛି।

ଖୋର୍ଦ୍ଧାରୁ ସର୍ବାଧିକ ୮୫୯ ଜଣ, କଟକରୁ ୩୮୪ ଜଣ, ପୁରୀରୁ ୨୩୫ ଜଣ, ରାୟଗଡ଼ାରୁ ୧୬୯ ଜଣ, ଭଦ୍ରକରୁ ୧୩୮ଜଣ, ମୟୁରଭଞ୍ଜରୁ ୧୩୪ ଜଣ, ସୁନ୍ଦରଗଡ଼ରୁ ୧୨୭ ଜଣ, ବରଗଡ଼ରୁ ୧୨୦ ଜଣ, କେନ୍ଦୁଝରରୁ ୧୦୭ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି।

 ସେହିପରି ରାଜ୍ୟରେ ଆଜି ଆଉ ୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ବଲାଙ୍ଗିରର ୧୮ ବର୍ଷୀୟ ଜଣେ ଯୁବକ ଓ ଜଣେ ୭୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ସେହିପରି କଟକର ଜଣେ ୬୭ ବର୍ଷୀୟ ମହିଳା ଓ ୫୦ ବର୍ଷୀୟ ପୁରୁଷ, ଗଞ୍ଜାମର ଜଣେ ୭୦ ବର୍ଷୀୟ ଓ ଜଣେ ୫୦ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ସେହିପରି ଭୁବନେଶ୍ଵରର ଜଣେ ୯୦ ବର୍ଷୀୟ ପୁରୁଷ, ଖୋର୍ଦ୍ଧାର ଜଣେ ୬୭ ବର୍ଷୀୟ ପୁରୁଷ ଓ ରାୟଗଡ଼ାର ଜଣେ ୫୨ ବର୍ଷୀୟ ମହିଳା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହ ରାଜ୍ୟର ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୫୩୧କୁ ବୃଦ୍ଧି ପାଇଛି।

ଅନ୍ୟପଟେ ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହୋଇଛନ୍ତି୨୯୮୦ ଆକ୍ରାନ୍ତ। ଏଥିସହ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୯୦ ହଜାର ଟପିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ କରି ସୂଚନା ଦେଇଛି।

ସର୍ବାଧିକ କଟକ ଜିଲ୍ଲାରୁ ୬୫୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୨୬୩, ଗଞ୍ଜାମରୁ ୨୧୨, ମୟୂରଭଞ୍ଜରୁ ୨୦୭, ସମ୍ବଲପୁରରୁ ୧୩୩, ବଲାଙ୍ଗିରରୁ ୧୧୪, ନୟାଗଡ଼ରୁ ୧୧୪, ବାଲେଶ୍ୱରରୁ ୧୧୧ ଓ କୋରାପୁଟରୁ ୧୦୩ ଜଣ ସୁସ୍ଥ ହୋଇଛନ୍ତି। ଏଥିସହ ଅନ୍ୟ ଜିଲ୍ଲାରୁ ମଧ୍ୟ ଅନେକ କରୋନା ଆକ୍ରାନ୍ତ ସୁସ୍ଥ ହେଇ ଘରକୁ ଫେରିଛନ୍ତି।

Comment