ଓଡ଼ିଶାଲାଇଭ୍ ବ୍ୟୁରୋ
ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଖିଲେ ଭାରତ ବର୍ତ୍ତମାନ ବ୍ରାଜିଲକୁ ଅତିକ୍ରମ କରିଛି। କାରଣ ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୯୦ ,୬୩୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୪୧ ଲକ୍ଷ ଅତିକ୍ରମ କରିଥିଲା ବେଳେ ବ୍ରାଜିଲରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାର ରହିଛି। ଏହି ଦୃଷ୍ଟିରୁ ଭାରତ କରୋନା ମାମଲାରେ ଦ୍ୱିତୀୟ ସ୍ଥାନରେ ରହିଛି। ପ୍ରଥମ ସ୍ଥାନରେ ଏବେ ଆମେରିକା ରହିଛି।
ଦେଶରେ ସଂକ୍ରମିତ କରୋନା ସଂଖ୍ୟା ବର୍ତ୍ତମାନ ୪୧ ଲକ୍ଷ ୧୩ ହଜାରକୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୭୦,୬୨୬ ଜଣଙ୍କର ମୃତ୍ୟୁ ହୋଇଛି। ସକ୍ରିୟ ମାମଲା ସଂଖ୍ୟା ୮ ଲକ୍ଷ ୬୨ ହଜାରକୁ ବୃଦ୍ଧି ପାଇଛି ଏବଂ ୩୧ ଲକ୍ଷ ୮୦ ହଜାର ଲୋକ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ୪ କୋଟି ୮୮ ଲକ୍ଷ ନମୁନା ପରୀକ୍ଷା କରାଯାଇଛି।


















