ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ସମସ୍ତ ୩୦ ଜିଲ୍ଲାରୁ ଆଜି ଆଉ ୩୮୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୨୮୬ କେସ୍ ଥିଲା ଲୋକାଲ କେସ୍ ୧୫୨୪ ରହିଛି।
ଆଜି ମଧ୍ୟ ଖୋର୍ଦ୍ଧାରୁ ସର୍ବାଧିକ ୭୯୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ବରଗଡ଼ରୁ ୩୯୬, କଟକରୁ ୩୨୨, ଯାଜପୁରରୁ ୨୫୨, ଝାରସୁଗୁଡ଼ାରୁ ୧୯୨, ମୟୂରଭଞ୍ଜରୁ ୧୪୨, ବାଲେଶ୍ୱରରୁ ୧୨୦ଳ ପୁରୀରୁ ୧୧୭, ଗଞ୍ଜାମରୁ ୧୦୮, ଭଦ୍ରକରୁ ୧୦୭, ସୁବଣ୍ଣପୁରରୁ ୧୦୬, କେନ୍ଦ୍ରାପଡ଼ାରୁ ୧୦୩, ରାୟଗଡ଼ାରୁ ୧୦୧, ନୂଆପଡ଼ାରୁ ୯୩, କେନ୍ଦୁଝର ଓ କୋରାପୁଟରୁ ୮୪ ଲେଖାଏଁ, ସମ୍ବଲପୁରରୁ ୮୩ ଜଣ ଚିହ୍ନଟ ହୋଇଛନ୍ତି।
ସେହିପରି ନବରଙ୍ଗପୁରରୁ ୭୮, ଅନୁଗୁଳରୁ ୭୩, ଜଗତସିଂହପୁରରୁ ୬୭, ନୟାଗଡ଼ରୁ ୬୨, କଳାହାଣ୍ଡିରୁ ୫୭, ଢେଙ୍କନାଳରୁ ୫୧, କନ୍ଧାମାଳରୁ ୪୫, ବଲାଙ୍ଗିରରୁ ୪୩, ମାଲକାନଗିରିରୁ ୩୭, ସୁନ୍ଦରଗଡ଼ରୁ ୩୪, ବୌଦ୍ଧରୁ ୨୯, ଗଜପତିରୁ ୨୦, ଦେବଗଡ଼ରୁ ୭ ଜଣ ଚିହ୍ନଟ ହୋଇଛନ୍ତି।
ମୋଟ ପଜିଟିଭ୍ ସଂଖ୍ୟା ୧ ଲକ୍ଷ, ୨୪ ହଜାର ୩୧କୁ ବୃଦ୍ଧି ଘଟିଛି। କରୋନାରୁ ସୁସ୍ଥ ହୋଇଛନ୍ତି ୯୩, ୭୭୪ ଓ ଏବେ ସୁଦ୍ଧା ଆକ୍ଟିଭ୍ କେସ୍ ରହିଛି ୨୯, ୬୫୮।


















