ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ ଚିହ୍ନଟ ହେଉଛନ୍ତି। ଏମାନଙ୍କ ମଧ୍ୟରୁ କେବଳ ବିଏମ୍‌ସି ଅଞ୍ଚଳର ଅଧିକ ଲୋକ ରହୁଛନ୍ତି। ତେଣୁ କରୋନାରେ ବ୍ରେକ ଲଗାଇବାକୁ ବିଏମସି ନୂଆ ରଣନୀତି ପ୍ରସ୍ତୁତ କରିଛି। କରୋନା ସଚେତନ କରାଇବା ପାଇଁ ବିଏମସି ପକ୍ଷରୁ ଆଜିଠୁ ‘ସମ୍ପର୍କ ବୈଠକ’ କରାଯାଉଛି।

ଏହି ବୈଠକରେ କରୋନା ସଚେତନତା, କରୋନା ମୁକାବିଲାରେ ଲୋକଙ୍କ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରାଯିବ। ସହରର ସମସ୍ତ ବର୍ଗର ଲୋକଙ୍କୁ ଏଥିରେ ଯୋଡ଼ାଯିବ।BGU

ସୋମବାରଠାରୁ ଆରମ୍ଭ ହୋଇଥିବା ଏହି ବୈଠକ ବିଏମ୍‌ସିର ତିନିଟି ଜୋନରେ ହେବ। ଏଥିରେ ବିଏମ୍‌ସିର ବରିଷ୍ଠ ଅଧିକାରୀଙ୍କ ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀମାନେ ବି ଯୋଗ ଦେବେ।

Comment