ଓଡ଼ିଶାଲାଇଭ ବ୍ୟୁରୋ

ଗାଁର ବିକାଶ ହେଲେ ଦେଶର ବିକାଶ ହେବ ବୋଲି କହୁଛନ୍ତି ସରକାର।  କିନ୍ତୁ ଦୀର୍ଘ ବର୍ଷର ଶାସନ ପରେ ମଧ୍ୟ ନଦୀରେ ପୋଲ ଖଣ୍ଡିଏ ନିର୍ମାଣ ହୋଇ ପାରିନି। ଫଳରେ ବାଧ୍ୟ ହୋଇ ବିପଦ ସଙ୍କୁଳ ଅବସ୍ଥାରେ ଜୀବନକୁ ବାଜି ଲଗାଇ  ନଦୀ ପାର ହେଉଛନ୍ତି  ଆଠ ଖଣ୍ଡ  ଗ୍ରାମବାସୀl କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ବାଲିଗାଁରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ।

ବାଲିଗାଁ ଓ ଚେରକା ଦୁଇ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାରେ ସୁରାନଦୀ ୨ ପଞ୍ଚାୟତ ବାସୀଙ୍କ ଦୁଃଖକୁ ୨ ଗୁଣ କରିଦେଇଛି।  ରାସ୍ତା ଓ ପୋଲ ନଥିବାରୁ  ଗମନାଗମନର ଅସୁବିଧା  ଯୋଗୁଁ ଜରୁରୀ ସମୟରେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି ଆଠ ଖଣ୍ଡ  ଗାଁ ଲୋକେ। ଅନେକ ସମୟରେ ଗର୍ଭବତୀଙ୍କୁ ନଦୀରେ ବୁହା ହେଉଥିବା ବେଳେ  ଗ୍ରାମର ଅଧିକାଂଶ ଲୋକେ ବିଭିନ୍ନ ସଂକ୍ରମଣ ରୋଗରେ ଏବଂ  ଅଜଣା ରୋଗରେ ପୀଡିତ ହେଉଛନ୍ତିଛିନ୍ତିl ସ୍କୁଲ ପିଲାମାନେ ମଧ୍ୟ ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି।BGU

ନଦୀ ଅରପଟେ  କଦମଗୁଡ଼ା, ବରେଇଗୁଡ଼ା, କଉଡ଼ିମୁଣା, କୁସପରିଆଗୁଡ଼ା, ସିସିଆଗୁଡ଼ା, ଡୁମୁରିଯୋଡି, କାଳିଆଝୋଲି ଓ ଚେରକା ପଞ୍ଚାୟତର ଅନେକ ଗ୍ରାମର ଲୋକେ ବସବାସ କରନ୍ତି। ହେଲେ  ଦୀର୍ଘ ବର୍ଷରୁ ଏହି ନଦୀ  ସମସ୍ୟାକୁ ପ୍ରଶାସନ ନିକଟରେ ଅଭିଯୋଗ କରି କରି  ଶେଷରେ ନିରାଶ ହୋଇ ହାତ ବାନ୍ଧି ବସିଛନ୍ତି ଗ୍ରାମର ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚିବା ପାଇଁ ଅନୁରୋଧ କରିଛନ୍ତି ଗ୍ରାମବାସୀ। ସ୍ଥାନୀୟ ବିଡ଼ିଓ ଅଭିମନ୍ୟୁ କବି ଶତପଥୀ ସମସ୍ୟାର ସମାଧାନ ପାଇଁ ଚେଷ୍ଟା ଜାରି ରହିଛି ବୋଲି ପ୍ରକାଶ କରିଛନ୍ତି।

ତୁରନ୍ତ ପ୍ରଶାସନ ନଦୀ ଉପରେ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Comment