ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବଡ଼ ଝଟକା। ପରଲୋକରେ ପ୍ରସିଦ୍ଧ ତେଲୁଗୁ ଅଭିନେତା ଜୟପ୍ରକାଶ ରେଡ୍ଡୀ। ମଙ୍ଗଳବାର ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ରେଡ୍ଡୀଙ୍କୁ ୭୪ ବର୍ଷ ବୟସ ହୋଇଥିଲା।।

ଜୟପ୍ରକାଶ ରେଡ୍ଡୀ ତେଲୁଗୁ ସିନେମାରେ ଜଣେ ହାସ୍ୟ ଅଭିନେତା ଏବଂ ଖଳନାୟକ ଭାବରେ ଜଣାଶୁଣା। ତାଙ୍କ ବିୟୋଗ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ଅପୂରଣୀୟ କ୍ଷତି। ଏହି ଖବର କୋଟି କୋଟି ସିନେ ପ୍ରେମୀଙ୍କୁ ମଧ୍ୟ ଗଭୀର ମର୍ମାହତ କରିଛି।BGU

ଜୟପ୍ରକାଶ ରେଡ୍ଡୀ ଫିଲ୍ମ ‘ବ୍ରହ୍ମପୁତ୍ରୁଡୁ’ ସହିତ ତାଙ୍କ କ୍ୟାରିଅର୍ ଆରମ୍ଭ  କରିଥିଲେ। ଏହା ବ୍ୟତୀତ ରେଡ୍ଡି ପ୍ରେମୀକୁକୁଣ୍ଡାମ ରା, ଗବର ସିଂ, ଚେନାକେଶୱାରେଡି, ସୀତାୟା ଏବଂ ଟେମ୍ପର ଭଳି ଅନେକ ପ୍ରସିଦ୍ଧ ଫିଲ୍ମରେ ଅଭିନୟ କରିଥିଲେ।

Comment