ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାତକୁ ଦି ହାତ ହେବାକୁ ଯାଉଛନ୍ତି ସାଉଥ ଫିଲ୍ମର ମେଗା ଷ୍ଟାର ଅନୁଷ୍କା ସେଟ୍ଟୀ। ଅଭିନେତା ପ୍ରଭାସଙ୍କୁ ନହେଁ ବରଂ ଜଣେ ଫିଲ୍ମ ନିର୍ଦ୍ଦେଶକଙ୍କୁ ସେ ବିବାହ କରିବେ ବୋଲି ଜଣାପଡ଼ିଛି।

ଫଳରେ ଅନୁଷ୍କା ସୁପରଷ୍ଟାର ପ୍ରଭାସଙ୍କୁ ବିବାହ କରିବେ ବୋଲି ଯେଉଁ ଚର୍ଚ୍ଚା ଥିଲା। ଥରେ ‘କଫି ଓ୍ୱିଥ୍‌ କରଣ’ ସୋ’ରେ ଆସି ପ୍ରଭାସ ଓ ଅନୁଷ୍କା ଏହାକୁ ଗୁଜବ ବୋଲି କହିଥିଲେ।  ଉଭୟ କେବଳ ଭଳ ସାଙ୍ଗ ବୋଲି କହିଥିଲେ। ଫଳରେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ଅନୁଷ୍କା ଯାହାଙ୍କୁ ବିବାହ କରିବାକୁ ଯାଉଛନ୍ତି ସେ ହେଲେ ପ୍ରଖ୍ୟାତ ନିର୍ଦ୍ଦେଶକ ରାଘବେନ୍ଦ୍ର ରାଓଙ୍କ ପୁଅ ପ୍ରକାଶ। ଯଦି ଅନୁଷ୍କାଙ୍କ କାମ କଥା କୁହାଯାଏ ସେ ନିଜର ଆଗାମୀ ଫିଲ୍ମ ‘ନିଶବ୍ଦମ୍’କୁ ନେଇ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିବେ ଆର୍.ମାଧବନ୍।

LEAVE A REPLY

Please enter your comment!
Please enter your name here