ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖୁବଶୀଘ୍ର ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି  ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର। ଆଗାମୀ ଦିନରେ ସାଉଥ ସୁପରଷ୍ଟାର ତଥା ସୁପରହିଟ ଫିଲ୍ମ ଅର୍ଜୁନ ରେଡ୍ଡୀ ଫେମ୍‌ ବିଜୟ ଦେବେରାକୋଣ୍ଡାଙ୍କ ସହ ନଜର ଆସିବେ।

ଜାହ୍ନବୀ ଓ ବିଜୟଙ୍କ ଅଭିନୀତ ଏହି ଫିଲ୍ମର ଟାଇଟଲ ଫାଇଟର୍‌ ରହିବ ବୋଲି ଜଣାପଡ଼ିଛି। ଏହି ଫିଲ୍ମରେ ବିଜୟଙ୍କ ସହ ଜାହ୍ନବୀ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ।

୨୦୧୮ରେ ଫିଲ୍ମ ‘ଧଡ଼କ’ରୁ ବଲିଉଡ ଡେବ୍ୟୁ କରିଥିଲେ ଜାହ୍ନବୀ। ଏହି ଫିଲ୍ମରେ ତାଙ୍କ ସହ ଅଭିନେତା ଇଶାନ ଖଟ୍ଟର ଅଭିନୟ କରିଥିଲେ।

Comment