ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ଏବେ ଷ୍ଟରକିଡଙ୍କ ଯାଦୁ ଚାଲିଛି। ନିକଟରେ ଅନେକ ଷ୍ଟାରକିଡ ବଲିଉଡରେ ଏଣ୍ଟ୍ରି କରିଛନ୍ତି। ଆଗକୁ ମଧ୍ୟ ଅନେକ ବଲିଉଡରେ ଡେବ୍ୟୁ କରିବେ। ସେମାନଙ୍କ ମଧ୍ୟରେ ଏମିତି କିଛି ଅଛନ୍ତି ଯେଉଁମାନେ ଅବିକଳ ନିଜ ବାପା, ମା’ଙ୍କ ଭଳି ଦେଖାଯାଆନ୍ତି।

ଏହିମାନଙ୍କ ଭିତରେ ପ୍ରଥମେ ସୁପରଷ୍ଟାର ଶାହାରଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ନାମ ଆସୁଛି। ଆର୍ଯ୍ୟନ ଅବିକଳ ତାଙ୍କ ବାପା ଶାହାରୁଖ ଭଳି ଦେଖାଯାଆନ୍ତି। ସୋସିଆଲ ମିଡିଆରେ ସେ ବେଶ ପପୁଲାର।

କେଦାରନାଥ ଓ ସିମ୍ବା ଭଳି ସୁପରହିଟ ଫିଲ୍ମରେ ଅଭିନୟ କରିଥିଲେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ। ସାରା ଅଭିନେତ୍ରୀ ଅମୃତା ସିଂହଙ୍କ ଝିଅ। ସେ ବିଲକୁଲ ତାଙ୍କ ମା’ଙ୍କ ଭଳି ଦେଖାଯାଆନ୍ତି।

ସେହିପରି ସାରାଙ୍କ ଭାଇ ତଥା ଅଭିନେତା ସୈଫ ଅଲ୍ଲୀ ଖାନ ଓ ଅମୃତା ସିଂହଙ୍କ ପୁଅ ଇବ୍ରାହିମ ତାଙ୍କ ବାପା ସୈଫଙ୍କ ଭଳି ହିଁ ଦେଖାଯାଆନ୍ତି।

ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ ମଧ୍ୟ ତାଙ୍କ ମା’ ଶ୍ରୀଦେବୀଙ୍କ ଭଳି ଦେଖାଯାଆନ୍ତି। ଜାହ୍ନବୀ ୨୦୧୮ରେ ଫିଲ୍ମ ‘ଧଡ଼କ’ରେ ଡେବ୍ୟୁ କରିଥିଲେ।

Comment