ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଗୁରୁବାର ରିଲିଜ ହୋଇଛି ହିନ୍ଦୀ ଫିଲ୍ମ ‘ରୁହି’। ଲକଡାଉନ୍‌ ଓ କରୋନା କଟକଣା କୋହଳ ହେବା ପରେ ସର୍ବଭାରତୀୟ ସ୍ତରରେ ଏହା ପ୍ରଥମ ବଡ଼ ରିଲିଜ।

ଏହା ଏକ ହରର କମେଡି ଫିଲ୍ମ। ଫିଲ୍ମର କାହାଣୀ ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁ ପାରିଛି। କାରଣ ସିନେ ସମୀକ୍ଷକମାନେ ଫିଲ୍ମକୁ ଉତ୍ସାହଜନକ ବୋଲି ମତ ଦେଇଛନ୍ତି। ଏଥିରେ ଜାତୀୟ ପୁରସ୍କାର ପ୍ରାପ୍ତ ରାଜକୁମାର ରାଓ, ଅଭିନେତ୍ରୀ ଜାହ୍ନବୀ କପୁର, ଅଭିନେତା ବରୁଣ ଶର୍ମା ଅଭିନୟ କରିଛନ୍ତି। ରାଜକୁମାର ସହିତ ଜାହ୍ନବୀଙ୍କର ଏହା ହେଉଛି ପ୍ରଥମ ଫିଲ୍ମ।

ଫିଲ୍ମର ଗୀତ ‘ପାନଘାଟ’, ‘ନଦୀୟୋଁ କେ ପାର୍‌’ ଯୁବବର୍ଗଙ୍କ ମଧ୍ୟରେ କ୍ରେଜ ସୃଷ୍ଟି କରିଛି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ହାର୍ଦ୍ଦିକ ମେହେଟ୍ଟା। ୨୦୧୯ରୁ ଏହି ଫିଲ୍ମର ଘୋଷଣା ହୋଇଥିଲା।  ଗତ ବର୍ଷ ଜୁନ୍ ମାସରେ ଏହି ଫିଲ୍ମ ରିଲିଜ୍ ହେବାର ଥିଲା, କିନ୍ତୁ ମହାମାରୀ କରୋନା କାରଣରୁ ଫିଲ୍ମର ରିଲିଜ୍ ସ୍ଥଗିତ ରଖାଯାଇଥିଲା।

Comment