ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଳ୍ପ ଦିନରେ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଥିବା ସାଉଥ୍‌ ସୁପରଷ୍ଟାର ବିଜୟ ଦେଭରାକୋଣ୍ଡା ନିଜ ଫ୍ୟାନ୍‌ମାନଙ୍କ ପାଇଁ ଆଉ ଗୋଟିଏ ଜବରଦସ୍ତ ଫିଲ୍ମ ନେଇ ଆସିଛନ୍ତି। ଏହାର ନାଁ ହେଉଛି ‘ୱାର୍ଲ୍ଡ ଫେମସ ଲଭର’। ଶୁକ୍ରବାର ଏହି ଫିଲ୍ମର ଟିଜର ରିଲିଜ ହୋଇଯାଇଛି। ଟିଜର ଦେଖି ଦର୍ଶକ ବିଜୟଙ୍କ ପୂର୍ବ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ଙ୍କୁ ମନେ ପକାଇଛନ୍ତି।

‘ୱାର୍ଲ୍ଡ ଫେମସ ଲଭର’ ଟିଜର ଦେଖିବା ପରେ ଦର୍ଶକମାନେ ଏହାକୁ ‘ଅର୍ଜୁନ ରେଡ୍ଡୀ ୨.୦’ ବୋଲି କହୁଛନ୍ତି। ‘ଅର୍ଜୁନ ରେଡ୍ଡୀ’ ଫିଲ୍ମରେ ବିଜୟଙ୍କ ଦର୍ଶକ ଗେଟ୍‌ଅପ୍‌ ପୁଣିଥରେ ଦେଖିବାକୁ ପାଇବେ। ଏହି ଫିଲ୍ମରେ ଦର୍ଶକ ୩ ଜଣ ଅଭିନେତ୍ରୀଙ୍କୁ ଦେଖିବାକୁ ପାଇବେ। ଏକ କ୍ରିଟିକାଲ ଲଭ୍‌ ଷ୍ଟୋରୀକୁ ନେଇ ବିଜୟଙ୍କ ଆଗାମୀ ଫିଲ୍ମ ‘ୱାର୍ଲ୍ଡ ଫେମସ ଲଭର’ ରିଲିଜ ଅପେକ୍ଷାରେ ରହିଛି।

ଫିଲ୍ମରେ ବିଜୟଙ୍କ ବ୍ୟତୀତ ଏହି ଫିଲ୍ମରେ ଅଭିନେତ୍ରୀ ରାଶି ଖନ୍ନା, ଐଶ୍ୱର୍ଯ୍ୟା ରାଜେଶ, ଇଜାବେଲ୍‌ ଲିଟିଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମକୁ କେ. ଏସ୍‌. ରାମାରାଓ ପ୍ରଯୋଜନା ଦେଇଥିବା ବେଳେ ନିର୍ଦ୍ଦେଶକ କ୍ରାନ୍ତି ମାଧବ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଆସନ୍ତା ଫେବ୍ରୁଆରି ୧୪ ଭାଲେଣ୍ଟାଇନ୍‌ ଡେ’ରେ ଫିଲ୍ମଟି ବଡ଼ ପରଦାରେ ରିଲିଜ ହେବ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/IRipWbC83HpD1JetdjgdJX

Comment