ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସଫଳ ହିରୋଇନମାନଙ୍କ ମଧ୍ୟରୁ କୀର୍ତ୍ତି ସୁରେଶ ଜଣେ। ନ୍ୟାସନାଲ ଆଓ୍ୱାର୍ଡ ପାଇବା ପରେ ଏବେ ତାଙ୍କୁ ଗୋଟିଏ ପରେ ଗୋଟିଏ ଫିଲ୍ମ ଅଫର୍‌ ମିଳୁଛି। ଏବେ ସେ ତାମିଲ ଫିଲ୍ମ୍‌ ମିସ୍‌ ଇଣ୍ଡିଆ ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି।

ଏହି ଫିଲ୍ମ ଦୁଇଟି ଭାଷା ତାମିଲ ଓ ତେଲୁଗୁରେ ରିଲିଜ ହେବ। ହାଇଦ୍ରବାଦରେ ଫିଲ୍ମର କିଛି ଅଂଶ ସୁଟିଂ ସରିଥିବା ଜଣାପଡ଼ିଛି। କୀର୍ତ୍ତିଙ୍କ ଫ୍ୟାନ୍ସ ଫିଲ୍ମର ରିଲିଜ ଡେଟ୍‌କୁ ହିଁ ଅପେକ୍ଷା କରିଛନ୍ତି।

କୀର୍ତ୍ତି ଏମିତି ଜଣେ ଅଭିନେତ୍ରୀ ଯାହାଙ୍କୁ ଆଜି ପର୍ଯ୍ୟନ୍ତ କେହି ବୋଲ୍ଡ ଅନ୍ଦାଜରେ ଦେଖିବାକୁ ପାଇ ନାହନ୍ତି। ପ୍ରାୟ ସବୁ ଫିଲ୍ମରେ ଶାଢ଼ୀ ଏବଂ ସାଲଓ୍ୱାରରେ ସେ ନଜର ଆସିଛନ୍ତି। ତଥାପି ସେ ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି।

Comment