ଓଡ଼ିଶାଲାଇଭ୍ ବ୍ୟୁରୋ

ମହିଳାମାନେ ତ୍ଵଚାକୁ ସୁନ୍ଦର କରିବା ପାଇଁ ଅନେକ ପ୍ରକାର ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାନ୍ତି। କିନ୍ତୁ ଏହିସବୁ ସାମଗ୍ରୀରେ ବିଭିନ୍ନ ରାସାୟନିକ ପଦାର୍ଥ ମିଶିଥିବାରୁ ତାହାର ନକରାତ୍ମକ ପ୍ରଭାବ ତ୍ଵଚା ଉପରେ ପଡ଼ିଥାଏ। ତେବେ ତ୍ଵଚାକୁ ଉଜ୍ଜ୍ଵଳ କରିବା ପାଇଁ ଖାଦ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଜାଣନ୍ତୁ ସେହି ସବୁ ଖାଦ୍ୟ ବିଷୟରେ..

-ତ୍ଵଚାକୁ ସୁସ୍ଥ ରଖିବା ପାଇଁ ନିୟମିତ ଭାବେ ଅଣ୍ଡା ଖାଇବାକୁ ଅଭ୍ୟାସ କରନ୍ତୁ। ଅଣ୍ଡାରେ ଥିବା ଆମିନୋଏସିଡ୍ ମଧ୍ୟ କୋଲାଜେନ୍ ପ୍ରସ୍ତୁତି ପାଇଁ ଆବଶ୍ୟକ। ଆମ୍ବ ସମୟରେ ପ୍ରାତଃଭୋଜନରେ କିଛି ଆମ୍ବ ଜୁସ୍ ସହିତ ଗୋଟିଏ ଅଣ୍ଡାର ଆମ୍ଲେଟ୍ ଆପଣଙ୍କ ପାଇଁ ଉପଯୁକ୍ତ ପ୍ରାତଃଭୋଜନ ହୋଇପାରିବ।

-ଟମାଟୋରେ ରୋଗ ପ୍ରତିରୋଧକ ଶକ୍ତି ସହିତ ଚାରିଟି ଗୁରୁତ୍ୱପୂର୍ଣ୍ଣ କାରୋଟେନଏଡ୍(ଆଲ୍ଫା କାରୋଟିନ୍, ବିଟା କାରୋଟିନ୍, ଲ୍ୟୁଟିନ୍ ଏବଂ ଲାଇକୋପିନ୍) ପ୍ରଚୁର ପରିମାଣରେ ମହଜୁଦ ଥାଏ। ଏହା ତ୍ୱଚାକୁ ସୁନ୍ଦର କରିବା ସହିତ କର୍କଟ ରୋଗ ଏବଂ ହୃଦ୍‌ରୋଗରୁ ରକ୍ଷା କରେ। ଅଲିଭ୍ ତେଲରେ ଟମାଟୋକୁ ରୋଷେଇ କଲେ ତାର ଗୁଣ ଅପରିବର୍ତ୍ତିତ ରହିଥାଏ।green tea face spray– ଗ୍ରୀନ୍ ଟି’ରେ ପ୍ରଚୁର ପରିମାଣରେ କାଟେଚିନ୍ ନାମକ ଆଣ୍ଟିଅକ୍ସିଡାଣ୍ଟ ଭରପୁର ହୋଇଥାଏ। ଯାହାକି ହୃତପିଣ୍ଡକୁ ସୁସ୍ଥ ରଖେ। ଏହା ମଧ୍ୟ ଶରୀରରୁ ସମସ୍ତ ପ୍ରକାର ବିଷାକ୍ତ ପଦାର୍ଥକୁ ବାହାର କରିବାରେ ଉଲ୍ଳେଖନୀୟ ଭୂମିକା ଗ୍ରହଣ କରିଥାଏ। ପରୋକ୍ଷରେ ଏହାଦ୍ୱାରା ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି ହୋଇଥାଏ। ତେବେ ଏହି ଗ୍ରୀନ୍ ଟି’ରେ କେଇ ବୁନ୍ଦା ଲେମ୍ବୁରସ ପକାଇ ପିଇଲେ କାଟେଚିନ୍‌ରେ ସ୍ତର ୮୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଥାଏ।

-ପ୍ରାତଃଭୋଜନରେ କୌଣସି ପ୍ରକାର ଟୋଷ୍ଟ ଖାଉଥିଲେ ତା ଉପରେ ଟିକେ ଡାଲଚିନି ଗୁଣ୍ଡ ପକାଇ ଦିଅନ୍ତୁ। ଏହା ଆପଣଙ୍କର ରକ୍ତରେ ଶର୍କରାର ମାତ୍ରାକୁ ସନ୍ତୁଳିତ ରଖିବ। ଓଜନ ହ୍ରାସ କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ। ଯାହାଦ୍ୱାରାକି ମୁହଁର ଉଜ୍ଜ୍ୱଳତା ବୃଦ୍ଧି ପାଇଥାଏ।onion garlic-ପ୍ରତ୍ୟହ ଖାଇବାରେ ପିଆଜ, ରସୁଣକୁ ସାମିଲ କରନ୍ତୁ। ଏହାଦ୍ୱାରା ଧମନୀରେ ରକ୍ତର ପ୍ରବାହ ଠିକ୍ ହୋଇଥାଏ। ଶରୀରରୁ ଦୂଷିତ ପଦାର୍ଥ ବାହାରିବାକୁ ତ୍ୱଚା ଚମକି ଉଠେ।

-ଗ୍ରୀନ ଟି’ ରେ ଆପଣ ଗୋଲମରିଚ ଗୁଣ୍ଡ ମଧ୍ୟ ପକାଇ ପାରିବେ। ଅତ୍ୟଧିକ ଡାଏଟିଂ କରିବା ଅପେକ୍ଷା ଖାଦ୍ୟ ଖାଇବାର କିଛି ସମୟ ପୂର୍ବରୁ ଗ୍ରୀନ୍ ଟି’ରେ କିଛି ଗୋଲମରିଚ ଗୁଣ୍ଡ ପକାଇ ପିଅନ୍ତୁ। ଏହାଦ୍ୱାରା ଆପଣଙ୍କର ଅନେକ କ୍ୟାଲୋରୀ ଶକ୍ତି ଖର୍ଚ୍ଚ ହେବ। ଗ୍ରୀନ୍ ଟି’ରେ ଥିବା କିଛି ନିର୍ଦ୍ଦିଷ୍ଟ ଉପାଦାନ ହରମୋନକୁ ମଧ୍ୟ ପ୍ରଭାବିତ କରିଥାଏ। ଏହି ହର୍ମୋନଗୁଡ଼ିକ ଭୋକକୁ ନିୟନ୍ତ୍ରଣ କରିବା ସହ ପୂରାପେଟରେ ରହିବା ଭଳି ସ୍ଥିତି ସୃଷ୍ଟି କରିଥାନ୍ତି। ଯାହାଦ୍ୱାରା କି ବ୍ୟକ୍ତିର ଓଜନ ନିୟନ୍ତ୍ରଣରେ ରହେ ଏବଂ ତ୍ୱଚାର ଚମକ ବଜାୟ ରହିଥାଏ।BGU-ଖାଦ୍ୟରେ ନିୟମିତ ଭାବେ ଗାଜରକୁ ସାମିଲ କରନ୍ତୁ। ଏହାଦ୍ୱାରା ପ୍ରଚୁର ପରିମାଣରେ ଭିଟାମିନ୍ ଏ’ ମିଳିବ। ଯାହାକି ତ୍ୱଚାକୁ ସତେଜ ରଖିବାରେ ସହାୟକ ହେବ।

Comment