ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ର ସରକାର ଓ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଭିତରେ ଏବେ ଛକାପଞ୍ଝା ଲାଗି ରହିଛି। ସୁଶାନ୍ତ ସିଂହ ମୃତ୍ୟୁ ଓ ମଣକର୍ଣ୍ଣିକା ଅଫିସଙ୍କୁ ଭାଙ୍ଗିବା ପ୍ରସଙ୍ଗରେ କଙ୍ଗନା ମହାରାଷ୍ଟ୍ର ସରକାର ଉପରେ ବର୍ଷୁଛନ୍ତି। ଏସବୁ ମଧ୍ୟରେ କଙ୍ଗନାଙ୍କ ମା’ ଆଶା ରଣାୱତ ବିଜେପିରେ ଯୋଗ ଦେଇଛନ୍ତି।

ସେ କହିଛନ୍ତି ଯେ, ତାଙ୍କ ଝିଅଙ୍କ ସହ ଯାହା ହେଲା ତାକୁ ଦେଖି ସେ ବିଜେପିରେ ସାମିଲ୍ ହେଲି। ବିଜେପିରେ ସାମିଲ ହେବା ପରେ ସେ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ କଙ୍ଗନାଙ୍କୁ y+ ସିକ୍ୟୁରିଟି ଦେଇଥିବାରୁ ସେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।BGUଆଶା ରଣୱତ ଆହୁରି ମଧ୍ୟ କହିଛନ୍ତି ଯେ, ଲମ୍ବା ସମୟ ଧରି ତାଙ୍କ ପରିବାର କଂଗ୍ରେସ ସହ ରହିଆସିଥିଲା। କଙ୍ଗନାଙ୍କ ଜେଜେବାପା ସ୍ୱର୍ଗୀୟ ସରଜୁ ରାମ ମଣ୍ଡୀ ସେଠାକାର ଗୋପାଳପୁର ଆସନରୁ କଂଗ୍ରେସ ବିଧାୟକ ଥିଲେ। ହେଲେ ବର୍ତ୍ତମାନ ମୋଦୀ ସରକାରଙ୍କ କାର୍ଯ୍ୟରେ ଖୁସି ହୋଇ ସେ ବିଜେପିରେ ସାମିଲ ହୋଇଛନ୍ତି।

Comment