ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ କରୋନା ସ୍ଥିତି ସାଂଘାତିକ ହେଉଥିଲା ବେଳେ କରୋନା ଟିକା ପରୀକ୍ଷଣକୁ ନେଇ ଏକ ବଡ଼ ଖବର ଆସିଛି। କରୋନା ପାଇଁ ଭାରତରେ ପ୍ରସ୍ତୁତ ହେଉଥିବା କୋଭାକ୍ସିନ ଟିକାର ପଶୁଙ୍କ ଉପରେ ପରୀକ୍ଷଣ ସଫଳ ହୋଇଥିବା ଜଣାପଡ଼ିଛି।

କୋଭାକ୍ସିନ ଟିକା ପ୍ରସ୍ତୁତ କରୁଥିବା ଭାରତ ବାୟୋଟେକ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ଭାରତରେ ମାଙ୍କଡ଼ଙ୍କ ଉପରେ ହୋଇଥିବା ପରୀକ୍ଷା ସଫଳ ହୋଇଛି ଏବଂ ସେମାନଙ୍କ ଶରୀରରେ ଆଣ୍ଟିବଡ଼ି ବିକଶିତ ହୋଇଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।BGU

ସୂଚନା ଅନୁସାରେ ୨୦ଟି ମାଙ୍କଡ଼ଙ୍କୁ ନେଇ ୪ଟି ଗ୍ରୁପରେ ଜରିଆରେ ପରୀକ୍ଷଣ ହୋଇଥିଲା। ମାତ୍ର ୩ ସପ୍ତାହରେ ସେମାନଙ୍କ ଶରୀରରେ ଆଣ୍ଟିବଡ଼ି ବିକଶିତ ହୋଇଛି, ଯାହା କୋଭଡି ବରୋଧରେ ଲଢ଼ିବାରେ ସହାୟକ ହେବ।

ଭାରତର ୧୨ଟି ଅନୁଷ୍ଠାନରେ କୋଭାକ୍ସିନର ପରୀକ୍ଷଣ କରାଯାଉଛି। ପ୍ରଥମ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ବେଶ ଉତ୍ସାହଜନକ ରହିଛି।

Comment