ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତ୍ରୀମାନେ ଯେ ବହୁ ଗୁଣର ଅଧିକାର ଏଥିରେ ସନ୍ଦେହ ନାହିଁ। ଏହି ହିରୋଇନମାନେ ଅଭିନୟ କରିବା ସହିତ ଆହୁରି ଅନେକ କାମରେ ପ୍ରବୀଣ ଥାଆନ୍ତି। କିଏ ବିଜନେସ୍‌ରେ ତ କିଏ ଡ୍ୟାନ୍ସରେ ଏମିତି ଅନେକ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥାଆନ୍ତି। ଏମିତି ବି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଅଭିନୟ ସହିତ ଭଳ ଗୀତ ମଧ୍ୟ ଗାଆନ୍ତି। ଆସନ୍ତୁ ସେମିତି କିଛି ଅଭିନେତ୍ରୀଙ୍କୁ ଜାଣିବାpriyanka chopra-3

ପ୍ରିୟଙ୍କା ଚୋପ୍ରା

ଦେଶୀ ଗାର୍ଲ ଭାବେ ସବୁଠି ପରିଚିତ ପ୍ରିୟଙ୍କା ଚୋପ୍ରା। ବଲିଉଡରୁ ହଲିଉଡ ଯାଏଁ ରହିଛି ତାଙ୍କର ଜଲଓ୍ୱା। ଦମଦାର ଅଭିନୟ ସେ ଅଜସ୍ର ଖ୍ୟାତି ଅର୍ଜନ କରିଛନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପ୍ରିୟଙ୍କା ଜଣେ ଭଳ ସିଙ୍ଗର ମଧ୍ୟ। ‘ଇନ ମାଇଁ ସିଟି’ ପ୍ରିୟଙ୍କାଙ୍କ ଗୀତ ଥିଲା। ଏହାକୁ ସେ ନିଜେ ଗାଇଥିଲେ।

ପରିଣିତି ଚୋପ୍ରା

ଅଭିନେତ୍ରୀ ପରିଣିତି ଚୋପ୍ରା ମଧ୍ୟ ଅଭିନୟରେ କିଛି କମ୍‌ ନୁହଁନ୍ତି। ଅଭିନୟ ସହିତ ପରିଣିତିଙ୍କ ସିଙ୍ଗିଙ୍ଗ୍‌ କୁ ଦର୍ଶକ ବେଶ ପସନ୍ଦ କରିଛନ୍ତି। ‘ତେରି ମିଟ୍ଟି’,‘ମାନା କି ହମ୍‌ ୟାର ନେହିଁ’ ଭଳି ଗୀତରେ ନିଜର କଣ୍ଠଦାନ କରିଛନ୍ତି ପରିଣିତି।alia vatt smiling

ଆଲିୟା ଭଟ୍ଟ

ବଲିଉଡର ଚୁଲବୁଲି ନାୟିକା ହେଲେ ଆଲିୟା ଭଟ୍ଟ। ଅଭିନୟ ଯେମିତି ତାଙ୍କ ନଟଖଟ ଅନ୍ଦାଜ ବି ସେମିତି। ସେଥିପାଇଁ ତ ସେ ସମସ୍ତଙ୍କ ପ୍ରିୟ। ଆଲିୟା ଭଲ ଗୀତ ମଧ୍ୟ ଗାଆନ୍ତି। ସୁପରହିଟ ଗୀତ ‘ମେ ତେନୁ ସମଝାବାକି’ରେ  ଆଲିୟା ନିଜ ଗୀତ ଗାଇଛନ୍ତି।

ଶ୍ରଦ୍ଧା କପୁର

ବଲିଉହର ଆଉ ଜଣେ ମଲ୍ଟି ଟାଲେଣ୍ଟେଡେ ହିରୋଇନ ହେଲେ ଶ୍ରଦ୍ଧା କପୁର। ନିଜର ସୁନ୍ଦର ଅଭିନୟ ପାଇଁ ଦର୍ଶକ ମହଲରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ‘ଗଲିଆଁ’, ‘ସବ୍‌ ତେରା’ ଭଳି ଏକ ଗିତ ଶ୍ରଦ୍ଧା ନିଜେ ଗାଇଛନ୍ତି।sonakshi

ସୋନାକ୍ଷୀ ସିହ୍ନା

ବଲିଉଡକୁ ଅନେକ ହିଟ ଫିଲ୍ମ ଦେଇଛନ୍ତି ଅଭିନେତ୍ରୀ ସୋନୀକ୍ଷୀ ସିହ୍ନା। ଏଥିସହ କେତେକ ହିଟ ଗୀତରେ ମଧ୍ୟ କଣ୍ଠଦାନ କରିଛନ୍ତି। ତାଙ୍କର ସବୁଠି ଚର୍ଚ୍ଚିତ ଗୀତ ହେଲା ‘ଆଜ୍‌ ମୁଡ ଇଶ୍କହୋଲିକ ହୈ’।

LEAVE A REPLY

Please enter your comment!
Please enter your name here