ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଆଉ ୧୧ ଜଣ କରୋନାରେ ଆଖି ବୁଜିଛନ୍ତି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୬୧୬କୁ ବୃଦ୍ଧି ଘଟିଛି। ଆଜି କଟକରୁ ସର୍ବାଧିକ ୩, ଖୋର୍ଦ୍ଧାରୁ ୨, ବଲାଙ୍ଗିର, ଯାଜପୁର, କନ୍ଧମାଳ, ନୟାଗଡ଼, କେନ୍ଦୁଝର, ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁଙ୍କ ମୃତ୍ୟୁ ଘଟିଛି।
କଟକର ୩ ମୃତଙ୍କ ମଧ୍ୟରେ ୪୫ ଓ ୮୮ ବର୍ଷୀୟ ପୁରୁଷ ଥିଲା ବେଳେ ଜଣେ ୬୭ ବର୍ଷୀୟା ମହିଳା ଅଛନ୍ତି। ଖୋର୍ଦ୍ଧାର ୨ ମୃତକ ହେଲେ ଭୁବନେଶ୍ୱରର ୩୦ ଓ ୮୦ ବର୍ଷୀୟ ପୁରୁଷ।
ସେହିପରି ବଲାଙ୍ଗିର ୭୦, ଯାଜପୁରର ୪୮, କେନ୍ଦୁଝରର ୭୫, ନୟାଗଡ଼ର ୫୬ ଓ ରାୟଗଡ଼ାର ୬୩ ବର୍ଷୀୟ ପୁରୁଷଙ୍କ ପ୍ରାଣ ଯାଇଥିବା ବେଳେ କନ୍ଧମାଳର ଜଣେ ୬୪ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଛି।


















