ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟରୁ ଆଜି ୩୯୧୩ ପଜିଟିଭ୍ ଚିହ୍ନଟ
  • ୨୩୪୮ ଜଣ କ୍ୱାରେଣ୍ଟାଇନରୁ,୧୫୬୫ ଲୋକାଲ୍ କେସ୍
  • ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୫୦ ହଜାର ୮୦୭କୁ ବୃଦ୍ଧି

ରାଜ୍ୟରେ ଆଜି ପୁଣି ଶିଖର ଛୁଇଁଛି ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୩୯୧୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ଦେଢ଼ ଲକ୍ଷ ପାର୍ କରିଛି।

ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ୨୩୪୮ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ସେହିଭଳି ବାକି ୧୫୬୫ ଆକ୍ରାନ୍ତ ଲୋକାଲ୍ କଣ୍ଟାକ୍ଟ ବୋଲି ସୂଚନା ମିଳିଛି।

ଗତ କିଛି ଦିନର ଟ୍ରେଣ୍ଡ୍ ଅନୁଯାୟୀ ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ କଟକରୁ ୩୮୨, ଅନୁଗୁଳରୁ ୧୦୩, ବାଲେଶ୍ୱରରୁ ୧୩୪, ବରଗଡ଼ରୁ ୧୪୬, ଭଦ୍ରକରୁ ୧୨୩, ବଲାଙ୍ଗିରରୁ ୧୪୨, ଜଗତସିଂହପୁରରୁ ୧୦୮, ଯାଜପୁରରୁ ୧୨୮, ମୟୂରଭଞ୍ଜରୁ ୧୪୭ ଓ ପୁରୀରୁ ୨୧୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୫୦ ହଜାର ୮୦୭କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩୪,୮୪୯ ସକ୍ରିୟ ଥିବାବେଳେ ଏବେ ସୁଦ୍ଧା ୧,୧୫,୨୭୯ ଜଣ ସୁସ୍ଥ ହୋଇସାରିଲେଣି।

Comment