ଓଡ଼ିଶାଲାଇଭ୍ ବ୍ୟୁରୋ

  • କରୋନାରେ ଆଖିବୁଜିଲେ ଆଉ ୧୦ ଆକ୍ରାନ୍ତ
  • ଖୋର୍ଦ୍ଧା ଜିଲ୍ଲାରୁ ୩ , କଟକରୁ ୨ ଜଣ ଆକ୍ରାନ୍ତ ମୃତ
  • ରାଜ୍ୟର କୋଭିଡ୍ ମୃତ୍ୟୁସଂଖ୍ୟା ୬୨୬କୁ ବୃଦ୍ଧି 

ରାଜ୍ୟରେ ଆଜି ଆଖି ବୁଜିଲେ ଆଉ ୧୦ କରୋନା ଆକ୍ରାନ୍ତ। ଏଥିସହ ରାଜ୍ୟର କରୋନା ମୃତ୍ୟୁସଂଖ୍ୟା ୬୨୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ କରି ସୂଚନା ଦେଇଛି।

ଆଜି ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩ ଜଣ ରହିଥିବାବେଳେ କଟକରୁ ୨ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି। ଏଥିସହ ବାଲେଶ୍ୱର, ଗଞ୍ଜାମ, କଳାହାଣ୍ଡି, ମୟୂରଭଞ୍ଜ, ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।BGUଏହି ଆକ୍ରାନ୍ତମାନେ କରୋନାରେ ପୀଡ଼ିତ ଥିବା ସହିତ ହାଇପରଟେନସନ, ଉଚ୍ଚ ରକ୍ତଚାଫ, ଡାଇବେଟିସ୍ ଭଳି ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଏହାକୁ ମିଶାଇ ଖୋର୍ଦ୍ଧା ଜିଲ୍ଲାରେ କରୋନା ମୃତ୍ୟୁସଂଖ୍ୟା ୯୨କୁ ବୃଦ୍ଧି ପାଇଥିବାବେଳେ ଗଞ୍ଜାମରେ ଏହି ସଂଖ୍ୟା ୨୧୫, କଟକରେ ୪୭, ସୁନ୍ଦରଗଡ଼ରେ ୩୮, ରାୟଗଡ଼ାରେ ୩୩ ଓ ପୁରୀରେ ୨୫ ରହିଛି।

Comment