ଓଡ଼ିଶାଲାଇଭ୍ ବ୍ୟୁରୋ

ଘନ କେଶ ଏବଂ ସୁନ୍ଦର ତ୍ଵଚା ପାଇଁ ସମସ୍ତେ ଚାହାନ୍ତି। ଏଥିପାଇଁ ଅନେକ କସ୍‌ମେଟିକ୍ ମଧ୍ୟ ବ୍ୟବହାର କରନ୍ତି। କିନ୍ତୁ କସ୍‌ମେଟିକ୍ ବଦଳରେ ଆପଣ ଚାହିଁଲେ କେସର ତେଲରେ ନିଜ କେଶ ତଥା ତ୍ଵଚାକୁ ସୁସ୍ଥ ଏବଂ ସୁନ୍ଦର ରଖିପାରିବେ। ଏହି ତେଲକୁ ଆପଣ ଘରେ ମଧ୍ୟ ପ୍ରସ୍ତୁତ କରିପାରିବେ। ତେବେ ଜାଣନ୍ତୁ କେସର ତେଲର ପ୍ରସ୍ତୁତି ପ୍ରଣାଳୀ ଓ ଫାଇଦା ବିଷୟରେ..

ପ୍ରସ୍ତୁତି ପ୍ରଣାଳୀ

କେସର ତେଲ ପ୍ରସ୍ତୁତ କରିବା ପାଇଁ ଗୋଟିଏ ଜାର୍‌ରେ ୧୦୦ ମିଲିଲିଟର ବାଦାମ ତେଲ ନିଅନ୍ତୁ। ଏବେ ସେଥିରେ ୧୦ରୁ ୧୫ଟି କେସର ମିଶାଇ ଦିଅନ୍ତୁ। ଏହି ଜାର୍‌କୁ ଏବେ ଗୋଟିଏ ଥଣ୍ଡା ସ୍ଥାନରେ ଏକ ସପ୍ତାହ ପର୍ଯ୍ୟନ୍ତ ରଖିଦିଅନ୍ତୁ। ଏହି ତେଲ ହାଲ୍‌କା କମଳା ରଙ୍ଗ ହୋଇଯିବା ପରେ ତାକୁ ବ୍ୟବହାର କରନ୍ତୁ।

 କେସର ତେଲ ଓ ଘନ କେଶ

କେସର ତେଲ କେଶ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହି ତେଲ କେଶ ବୃଦ୍ଧିରେ ସହାୟକ ହୋଇଥାଏ। ଏହା କେଶ ମୂଳକୁ ଶକ୍ତ କରିଥାଏ। ଏହି ତେଲକୁ ଆପଣ ଅଲଗା ତେଲରେ ମିଶାଇ ମଧ୍ୟ ବ୍ୟବହାର କରିପାରିବେ।ସ୍କିନ ଟୋନର୍

କେସରରେ ଆଣ୍ଟି ଅକ୍ସିଡାଣ୍ଟ ଭରି ରହିଥାଏ, ଯାହାକି ତ୍ଵଚା ପାଇଁ ବହୁତ ଲାଭକାରୀ ହୋଇଥାଏ। କେସର ତେଲ ସ୍କିନ ଟୋନର୍ ପରି କାମ କରିଥାଏ। ଏହାସହ ହ୍ଵାଇଟ୍ ହେଡ୍‌ସ ଓ ବ୍ଲାକ୍‌ ହେଡ୍‌ସ ମଧ୍ୟ ଦୂର ହୋଇଥାଏ।

କେସର ତେଲ ଓ ଉଜ୍ଜ୍ଵଳ ତ୍ଵଚା

ଉଜ୍ଜ୍ଵଳ ତ୍ଵଚା ପାଇଁ କେସର ତେଲ ବହୁତ ଭଲ କାମ କରିଥାଏ। ଏହା ତ୍ଵଚାକୁ ପ୍ରଦୂଷଣ ଓ ଅତି ବାଇଗଣୀ ରଶ୍ମିରୁ ରକ୍ଷା କରିଥାଏ। ଏହାସହ ତ୍ଵଚାକୁ ସୁସ୍ଥ ଓ ସୁନ୍ଦର କରିଥାଏ। ତେବେ ତ୍ଵଚାର ଔଜଲ୍ଲ୍ୟତା ପାଇଁ ରାତିରେ ଶୋଇବା ସମୟରେ ସ୍କିନ୍‌କୁ ଭଲ ଭାବେ ସଫା କରି କେସର ତେଲ ଲଗାନ୍ତୁ। ସକାଳୁ ଉଠି ମୁହଁ ଧୋଇନିଅନ୍ତୁ। ଏପରି କଲେ କିଛି ଦିନ ଭିତରେ ଆପଣ ଫରକ୍ ଜାଣିପାରିବେ।BGUକେସର ତେଲ ଓ ବ୍ରଣ

କେସରରେ ଆଣ୍ଟି ବ୍ୟାକ୍ଟେରିଆଲ ତତ୍ତ୍ଵ ଥିବାରୁ ଏହା ବ୍ରଣ, ଦାଗ ଆଦି ସମସ୍ୟାକୁ ଦୂର କରିଥାଏ। ଆପଣଙ୍କର ଏସବୁ ସମସ୍ୟା ଥିଲେ ଯେ କୌଣସି ଫେସ୍‌ ମାସ୍କରେ ଆପଣ ଏହି କେସର ତେଲ ମିଶାଇ ଲଗାନ୍ତୁ।

Comment