ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି କ୍ରିକେଟକୁ ଫେରିବେ ଭାରତୀୟ ଦ୍ରୁତ ବୋଲର ଏସ୍ ଶ୍ରୀସନ୍ଥ। ଆଇପିଏଲ୍ ସ୍ପଟ୍ ଫିକ୍ସିଂ ମାମଲାରେ ତାଙ୍କ ଉପରେ ରହିଥିବା ବାସନ୍ଦାଦେଶ ଶେଷ ହେବା ପରେ ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି।

୨୦୧୩ ମସିହାରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ଶ୍ରୀସନ୍ଥ ସ୍ପଟ୍ ଫିକ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହାପରେ ତାଙ୍କ ଉପରେ ଆଜୀବନ ବାସନ୍ଦାଦେଶ ଲାଗୁ କରିଥିଲା ବିସିସିଆଇ। ଏହାପରେ ଏହାକୁ ୭ ବର୍ଷକୁ କମାଇ ଦିଆଯାଇଥିଲା। ଗତ ୩ ଦିନ ତଳେ ଶ୍ରୀସନ୍ଥଙ୍କ ଏହି ବାସନ୍ଦାଦେଶ ଶେଷ ହୋଇଛି। ତେଣୁ ସେ ଖୁବଶୀଘ୍ର କ୍ରିକେଟକୁ ଫେରିବେ ବୋଲି କୁହାଯାଉଛି।

ଶ୍ରୀସନ୍ଥ ଟୁଇଟ୍ କରି ଲେଖିଛନ୍ତି ଯେ, ତାଙ୍କ ଉପରେ ଏବେ କୌଣସି କଟକଣା ନାହିଁ। ଏବେ ସେ ପୁଣି କ୍ରିକେଟକୁ ଫେରିପାରିବେ। ସେ ଆହୁରି ୫ରୁ ୭ ବର୍ଷ କ୍ରିକେଟ୍ ଖେଳିପାରିବେ ବୋଲି ଟୁଇଟରେ ଲେଖିଛନ୍ତି।

ଭାରତର ଏହି ଦ୍ରୁତ ବୋଲର ୨୦୦୫ ମସିହାରେ ପ୍ରଥମ କରି ଭାରତୀୟ ଦଳରେ ଡେବ୍ୟୁ କରିଥିଲେ। ହେଲେ ୨୦୧୩ ଆଇପିଏଲ୍ ସ୍ପଟ୍ ଫିକ୍ସିଂ ତାଙ୍କ କ୍ୟାରିୟରରେ କଳାବାଦଲ ଢାଙ୍କି ଦେଇଥିଲା। ଏବେ ତାଙ୍କ ଉପରୁ ବାସନ୍ଦାଦେଶ ଉଠିବା ପରେ ସେ ପୁଣି କ୍ରିକେଟକୁ ଫେରିବେ ବୋଲି ଆଶା ରଖିଛନ୍ତି।

Comment