ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ବନ୍ଧାହେଲେ ୫ ଶ୍ରମିକ ଦଲାଲ୍। ଉଚ୍ଚ ଦରମାରେ ଚାକିରିର ପ୍ରଲୋଭନ ଦେଖାଇ ବେଆଇନ ଭାବେ ଶ୍ରମିକ ଚାଲାଣ କରିବା ଏବଂ କୋଭିଡ ନିୟମ ଭଙ୍ଗ ଅଭିଯୋଗରେ ରବିବାର ଆଳି ପୋଲିସ ୫ ଦଲାଲ୍‌ଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଏହି ଦଲାଲ୍‌ମାନେ ହେଲେ କେରଳର ଭିନ୍ ସେକ୍ଟ ସାହାଜୀ କେଜେ, ଅନୂପ୍, ମନୋଜ ପି ଏସ୍, ସିଲଭରାଜ ଏବଂ କେନ୍ଦ୍ରାପଡ଼ା ରସୁଲପୁରର ସେକ୍ ହାଇଫଜୁଲ।
ଏମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଟର ଦଫା ୧୧୮, ୪୧୯, ୪୨୦, ୩୪, ଏପିଡେମିକ୍ ଡିଜିଜ୍ ଆକ୍ଟ ୩, ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ ୫୭ରେ ମାମଲା ରୁଜୁ ହୋଇଥିବା ନେଇ ଆଳି ଥାନା ଆଇଆଇସି ସଲିଳ କୁମାର ପ୍ରଧାନ ସୂଚନା ଦେଇଛନ୍ତି।BGUବିଦେଶରେ ମୋଟା ଅଙ୍କର ଦରମାରେ ଚାକିରି କରେଇଦେବା ନେଇ ଶ୍ରମିକମାନଙ୍କୁ ଲୋଭ ଦେଖାଉଥିଲେ ଏହି ଦଲାଲ୍‌ମାନେ। ଓଡ଼ିଶାରୁ କତର୍ ଦେଶକୁ ଶ୍ରମିକ ଚାଲାଣ କରିବାକୁ ଯୋଜନା ମଧ୍ୟ ଚାଲିଥିଲା। ତେବେ ଆଳି ଥାନା ସିଙ୍ଗିରୀ ବଜାରରେ ଏହି ଶ୍ରମିକ ଚାଲାଣ ରାକେଟ୍ ଚାଲିଥିବା ନେଇ ପୋଲିସ ଖବର ପାଇଥିଲା। ପରେ ପୋଲିସ ପକ୍ଷରୁ ସେମାନଙ୍କୁ ଗିରଫ୍ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ଆଳି କୋର୍ଟରେ ସେମାନଙ୍କର ଜାମିନ ଆବେଦନ ଖାରଜ ହେବାରୁ ଏବେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

Comment