ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ୩୦ ଜିଲ୍ଲାରୁ ୨୮ ଜିଲ୍ଲା ଏବେ ବି ରେଡ୍ ଜୋନରେ।

ସେପ୍ଟେମ୍ବରରେ ସଂକ୍ରମଣର ସବୁ ସୀମା ଟପିଲାଣି କରୋନା ଭାଇରସ। ଦିନକୁ ଦିନ ରାଜ୍ୟରେ ପଜିଟିଭ୍ ସଂଖ୍ୟା ବଢୁଥିବାବେଳେ ଏହାକୁ ସାଥ୍ ଦେଇ କୋଭିଡ୍ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିଚାଲିଛି। ରାଜ୍ୟ ସରକାରଙ୍କ କରୋନା ଗ୍ରାଫକୁ ନଜର ପକାଇଲେ ଜଣାପଡୁଛି ଯେ, ରାଜ୍ୟର ୩୦ ଜିଲ୍ଲାରୁ ୨୮ଟି ଜିଲ୍ଲା ଏବେ ରେଡ୍ ଜୋନରେ ରହିଛି।

କେବଳ ଗଜପତି ଓ ଦେବଗଡ଼ ଜିଲ୍ଲାକୁ ଛାଡ଼ିଦେଲେ ସବୁଠି ଏବେ ସକ୍ରିୟ ସଂକ୍ରମଣ ସଂଖ୍ୟା ୨ ଉପରେ ରହିଛି। ତେଣୁ ଏହି ୨୮ଟି ଜିଲ୍ଲାକୁ ରେଡ୍ ଜୋନରେ ସାମିଲ କରାଯାଇଛି।୩୦ ଜିଲ୍ଲାରୁ ୨୮ ଜିଲ୍ଲା ରେଡ୍ ଜୋନରେ

ରାଜ୍ୟର ୩୦ଟି ଜିଲ୍ଲା ଭିତରୁ କେବଳ ଦେବଗଡ଼ ଓ ଗଜପତି ଜିଲ୍ଲାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଜିଲ୍ଲା ଏବେ ରେଡ୍ ଜୋନରେ ରହିଛି। ଏହି ଜିଲ୍ଲାମାନଙ୍କରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨ ଶହ ଉପରେ ରହିଥିବାରୁ ଏହାକୁ ରେଡ୍ ଜୋନରେ ସାମିଲ କରାଯାଇଛି। ଏହି ତାଲିକାର ସବୁଠୁ ଉପରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଖୋର୍ଦ୍ଧାରେ ଏବେ ବି ୬୯୮୪ ଜଣ ସକ୍ରିୟ ସଂକ୍ରମିତ ଥିବା ଜଣାପଡ଼ିଛି। ସେହିପରି କଟକରେ ମଧ୍ୟ ସାଢ଼େ ୩ ହଜାରରୁ ଅଧିକ ସଂକ୍ରମିତ ସକ୍ରିୟ ଥିବା ଜଣାପଡ଼ିଛି। ଅନ୍ୟପଟେ ଗତ କିଛି ଦିନ ହେଲା ପୁରୀ ଜିଲ୍ଲାରେ ସଂକ୍ରମଣ ବଢୁଥିବା ଦେଖିବାକୁ ମିଳୁଛି। ଯାହା ଏବେ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟଛି।

ଗଜପତି, ଦେବଗଡ଼ ୟେଲୋ ଜୋନରେ

ଗଜପତି ଜିଲ୍ଲାରୁ ଏପର୍ଯ୍ୟନ୍ତ ମୋଟ ୩୧୬୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ହେଲେ ଏ ଭିତରେ ୨୯୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି। ରାଜ୍ୟରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୯୮ ଥିବାରୁ ଏହାକୁ ୟେଲୋ ଜୋନରେ ସାମିଲ କରାଯାଇଛି।BGUସେହିପରି ଦେବଗଡ଼ ଜିଲ୍ଲାରେ ଏବେ ସୁଦ୍ଧା ମାତ୍ର ୪୦୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଭିତରୁ ୨୫୧  ଜଣ ସୁସ୍ଥ ହୋଇସାରିଥିବାବେଳେ ଏବେ ମାତ୍ର ୧୫୬ ଜଣ ଆକ୍ରାନ୍ତ ପୂରା ଜିଲ୍ଲାରେ ସକ୍ରିୟ ଅଛନ୍ତି। ଯେଉଁ କାରଣରୁ ଦେବଗଡ଼ ଏପର୍ଯ୍ୟନ୍ତ ୟେଲୋ ଜୋନରେ ରହିଛି।

ରାଜ୍ୟରେ ସଂକ୍ରମଣ ଦେଢ଼ ଲକ୍ଷ ପାର୍

ରାଜ୍ୟରେ ଏବେ ଦୈନିକ ସଂକ୍ରମଣର ସୀମା ୪ ହଜାର ପାର୍ କରିଛି। ଅନ୍ୟପଟେ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଦେଢ଼ ଲକ୍ଷ ପାର୍ କରିଛି। ହେଲେ ଆଶ୍ୱସ୍ଥିର ବିଷୟ ଏହି କି ଯେ, ଏହା ଭିତରୁ ପାଖାପାଖି ୧ ଲକ୍ଷ ୨୦ ହଜାର ଲୋକ ସୁସ୍ଥ ହୋଇସାରିଲେଣି। ହେଲେ ରାଜ୍ୟର ୨୮ଟି ଜିଲ୍ଲାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨ ଶହ ଉପରେ ରହିବା ଏବଂ ଏହା ରେଡ୍ ଜୋନରେ ଦୀର୍ଘ ସମୟ ଧରି ରହିବା ପ୍ରଶାସନ ପାଇଁ ଚିନ୍ତା ସାଜିଛି।

Comment