ଓଡ଼ିଶାଲାଇଭ ବ୍ୟୁରୋ
ରାଜ୍ୟରେ ଆଜି ଆଉ ୧୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୬୩୭କୁ ବୃଦ୍ଧି ଘଟିଛି।
ଆଜି କଟକ ଜିଲ୍ଲାରୁ ସର୍ବାଧିକ ୪ ଜଣଙ୍କ ଜୀବନ ଯାଇଥିଲା ବେଳେ ବଲାଙ୍ଗିର ଓ ଢେଙ୍କନାଳରୁ ୨ ଜଣ ଲେଖାଏଁ, କନ୍ଧମାଳ, ମୟୂରଭଞ୍ଜ ଓ ନୟାଗଡ଼ରୁ ୧ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।
କଟକର ୪ ମୃତକ ୬୮, ୭୫, ୫୬ ଓ ୭୬ ବର୍ଷୀୟ ପୁରୁଷ ହୋଇଥିଲା ବେଳେ ବଲାଙ୍ଗିରର ୨ ମୃତକ ୭୦ ଓ ୪୦ ବର୍ଷୀୟା ମହିଳା।
ଖୋର୍ଦ୍ଧର ୨ ମୃତକ ଭୁବନେଶ୍ୱର ବୋଲି ଜଣାପଡ଼ିଛି। ୨ ଜଣଙ୍କ ମଧ୍ୟରେ ଜଣେ ୩୫ ବର୍ଷୀୟ ପୁରୁଷ ଓ ଜଣେ ୫୨ ବର୍ଷୀୟ ପୁରୁଷ ଅଛନ୍ତି।
ସେହିପରି ନୟାଗଡ଼ର ୫୪, ମୟୂରଭଞ୍ଜର ୫୮ ପରୁଷଙ୍କ ମୃତ୍ୟୁ ଘଟିଥିଲା ବେଳେ କନ୍ଧମାଳ ଜିଲ୍ଲାର ଜଣେ ୬୦ ବର୍ଷୀୟା ମହିଳା ଆଖି ବୁଜିଛନ୍ତି।


















