ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ଶିଖରପୁର ଲେବଲ କ୍ରସିଂଠାରେ ଏକ ମାଲବାହୀ ଟ୍ରେନ୍ ଲାଇନ୍ ଚ୍ୟୁତ ହୋଇଛି। ଟ୍ରେନ୍‌ଟି ଭଦ୍ରକରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବେଳେ ଏହାର ଗୋଟିଏ ବଗି ଟ୍ରାକ୍ ବାହାରକୁ ଚାଲିଯାଇ ଏହି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି।ରେଲଓ୍ଵେର ୧୦ ଟ୍ରକ୍‌ରେ ଏହି ଦୁର୍ଘଟଣା ଘଟିଛି। ଏଥିରେ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ତେବେ ଖବର ପାଇ ରେଲଓ୍ଵେର ଟେକ୍ନିକାଲ ଟିମ୍ ଏବଂ ଆରପିଏଫ୍ ଟିମ୍ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି।BGUଏହି ଟ୍ରାକ୍‌ରେ ଆଉ କୌଣସି ଟ୍ରେନ୍ ଆସିବାର ନଥିବାରୁ ଅନ୍ୟ ଯାତ୍ରୀବାହୀ ଟ୍ରେନ୍‌ ଯାତାୟତରେ କୌଣସି ସମସ୍ୟା ଦେଖାଯାଇନାହିଁ।

Comment