ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଆରପାରିରେ କେନ୍ଦ୍ରାପଡ଼ା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ। ମଙ୍ଗଳବାର ବିଳମ୍ଵିତ ରାତିରେ ତାଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି।

ଜିଲ୍ଲା ରାଜନୀତିରେ ଜଣେ ଆଗଧାଡ଼ିର ଯୁବ ନେତା ଥିଲେ ଅନାମବନ୍ଧୁ ଧଳ। ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ବୟସ ହୋଇଥିଲା। ଗତ କିଛିଦିନ ହେବ ସେ ଥଣ୍ଡା ଜ୍ଵରରେ ଆକ୍ରାନ୍ତ ଥିଲେ। ମଙ୍ଗଳବାର ରାତି ପ୍ରାୟ ୧୨ଟା ପରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ବୁଧବାର ଶେଷକୃତ୍ୟ ପୂର୍ବରୁ ତାଙ୍କ ମର ଶରୀରକୁ ବ୍ଲକ କାର୍ଯ୍ୟାଳୟକୁ ନିଆଯାଇଥିଲା। ବ୍ଲକର ବିଡିଓ ଓ କର୍ମଚାରୀମାନେ ତାଙ୍କର ପ୍ରିୟ ଅଧ୍ୟକ୍ଷଙ୍କ ଶବାଧାରରେ ପୁଷ୍ପ ଗୁଚ୍ଛ ଦେଇ ଚିରବିଦାୟ ଦେଇଥିଲେ। ଏହାପରେ ତାଙ୍କ ମରଶରୀରକୁ କେନ୍ଦ୍ରାପଡ଼ା ସହର ପରିକ୍ରମା କରାଇ ତାଙ୍କ ଗାଁ ଗାଙ୍ଗପଡ଼ାକୁ ନିଆଯାଇ ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।କେନ୍ଦ୍ରାପଡ଼ା ଜିଲ୍ଲାରେ ଜଣେ ମିଷ୍ଟଭାଷୀ, ପରୋପକାରୀ ଜନନେତା ଭାବେ ଅନାମ ବନ୍ଧୁ ଧଳ ପରିଚିତ ଥିଲେ। ଗାଙ୍ଗପଡା ପଞ୍ଚାୟତରୁ ସମିତି ସଦସ୍ୟ ନିର୍ବାଚିତ ହେବାପରେ ସେ ବିଜେଡି ସମର୍ଥିତ ପ୍ରାର୍ଥୀ ଭାବେ କେନ୍ଦ୍ରାପଡା ବ୍ଲକର ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ।

Comment