ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ୍-୧୯ର ମୁକାବିଲା ପାଇଁ ଭାରତକୁ ୧୦ କୋଟି ସ୍ପୁଟନିକ-ଭି ଟିକା ଯୋଗାଇବ ରୁଷ। ଭାରତର ଫାର୍ମା କମ୍ପାନି ଡକ୍ଟର ରେଡ୍ଡୀସ୍ ଲାବୋରେଟୋରିକୁ ଏହି ଟିକା ମିଳିବ। ଏନେଇ ଦ ରଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (ଆର୍ଡିଆଇଏଫ୍) ସହ ଭାରତର ଚୁକ୍ତି ହୋଇଛି।
କରୋନା ମୁକାବିଲା ପାଇଁ ବିଶ୍ୱର ପ୍ରଥମ କୋଭିଡ୍ ଟିକା ଭାବେ ‘ସ୍ପୁଟନିକ-ଭି’ ବିକଶିତ କରିଛି ରୁଷ। ସେଠାରେ ତୃତୀୟ ପର୍ଯ୍ୟାୟରେ ପ୍ରାୟ ୪୦ ହଜାର କରୋନା ରୋଗୀଙ୍କ ଉପରେ ଏହି ଟିକାର ପରୀକ୍ଷଣ କରାଯାଇଛି। ଭାରତରେ ଏହି ରୁଷୀୟ ଟିକାର ମିଳିତ ଭାବେ ପରୀକ୍ଷଣ କରାଯିବ। ଏହାର ପରୀକ୍ଷଣ ଓ ଯୋଗାଣ ଘରୋଇ ବିଶେଷଜ୍ଞଙ୍କ ଅନୁମୋଦନ ଉପରେ ନିର୍ଭର କରୁଛି। ବିଶେଷଜ୍ଞ ଟିମ୍ର ଅନୁମୋଦନରେ ପରେ ଚଳିତ ବର୍ଷର ଶେଷ ଆଡ଼କୁ ଭାରତକୁ ଏହି ଟିକା ଆସିବାର ସମ୍ଭାବନା ରହିଛି।
ଆର୍ଡିଆଇଏଫ୍ ଏହି ଟିକା ଯୋଗାଣ ପାଇଁ ପୂର୍ବରୁ କାଜାକସ୍ଥାନ, ବ୍ରାଜିଲ ଓ ମେକ୍ସିକୋ ସହ ଚୁକ୍ତି କରିସାରିଛି। ବର୍ତ୍ତମାନ ଭାରତ ସହ ମିଶି ୩୦ କୋଟି ସ୍ପୁଟନିକ-ଭି ଟିକା ଉତ୍ପାଦନ ପାଇଁ ଚୁକ୍ତି କରିଛି ରୁଷ।