ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ୬୩ କୋଟି ୮୭ ଲକ୍ଷ ଟଙ୍କା। ଏହା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର୍) ରିପୋର୍ଟରୁ ଜଣାପଡ଼ିଛି।

ଏଡିଆର୍ ରିପୋର୍ଟ ଅନୁସାରେ ଅନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ହେଉଛନ୍ତି ଦେଶର ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ। ତାଙ୍କର ମୋଟ ସମ୍ପତ୍ତି ହେଉଛି ୫୧୦ କୋଟି ୩୮ ଲକ୍ଷ ଟଙ୍କା। ଏହା ସହିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ। ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ରହିଛି ୧୬୩ କୋଟି ୫୦ ଲକ୍ଷ ଟଙ୍କା।

ଏହି ରିପୋର୍ଟରେ ଦେଶର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ପ୍ରଥମରେ ରହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ରହିଛି ୧୫ କୋଟି ୩୮ ଲକ୍ଷ ଟଙ୍କା।

ଏହା ପୂର୍ବରୁ ପ୍ରକାଶ ପାଇଥିବା ଏଡିଆର୍‌ ରିପୋର୍ଟ ଅନୁଯାୟୀ ବିଜେଡିକୁ ଦେଶର ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ ଦର୍ଶାଯାଇଥିଲା।

Tags: #CMOdisha #NaveenPatnaik #ADRReport #RichestCM

Comment