ଓଡ଼ିଶାଲାଇଭ୍ ବ୍ୟୁରୋ

ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଗ୍ରାହକମାନଙ୍କ ପାଇଁ ବଡ଼ ଖବର। ଏଟିଏମ୍ ଠକେଇ ରୋକିବାକୁ ଯାଇ ବ୍ୟାଙ୍କ୍ ଏବେ ନିଜର ଟଙ୍କା ଉଠାଣ ନିୟମରେ କିଛିଟା ପରିବର୍ତ୍ତନ ଆଣିଛି।

ଏଣିକି ଟଙ୍କା ଉଠାଇବା ସମୟରେ ଗ୍ରାହକମାନଙ୍କୁ ସେମାନଙ୍କ ମୋବାଇଲ୍ ନମ୍ବରକୁ ଯାଇଥିବା ଓଟିପି ଦେବାକୁ ପଡ଼ିବ। ନଚେତ୍ ସେମାନେ ୧୦ ହଜାରରୁ ଅଧିକ ଟଙ୍କା ଏଟିଏମରୁ ଉଠାଇ ପାରିବେନି। ଏହି ନିୟମ ସେପ୍ଟେମ୍ବର ୧୮ ତାରିଖ ଅର୍ଥାତ ଆଜିଠାରୁ ଲାଗୁ ହେବାକୁ ଯାଉଛି।ପୂର୍ବରୁ ଏହି ନିୟମ କେବଳ ରାତି ୮ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ରହିଥିଲା। ହେଲେ ଏବେ ଏହାକୁ ୨୪ ଘଣ୍ଟିଆ କରିବାକୁ ଏସବିଆଇ ଘୋଷଣା କରିଛି। ଏପରି ହେବା ପରେ ଯେଉଁ ଏସବିଆଇ ଗ୍ରାହକ ଏଟିଏମରୁ ୧୦ ହଜାରରୁ ଅଧିକ ଟଙ୍କା ଉଠାଇବାକୁ ଚାହିଁବେ ପ୍ରଥମେ ସେମାନଙ୍କୁ ସେମାନଙ୍କର ମୋବାଇଲକୁ ଯାଇଥିବା ଓଟିପି ନମ୍ବର ଦେବାକୁ ପଡ଼ିବ। ନଚେତ୍ ସେମାନେ ୧୦ ହଜାରରୁ ଅଧିକ ଟଙ୍କା ଉଠାଇପାରିବେନି।

ଏନେଇ ବ୍ୟାଙ୍କ ନିଜର ଗ୍ରାହକମାନଙ୍କୁ ଏସଏମଏସ୍ କରି ସୂଚନା ଦେଇସାରିଛି। ଯଦି କୌଣସି ଗ୍ରାହକ ନିଜର ମୋବାଇଲ୍ ନମ୍ବର ଏଟିଏମ୍ ସହ ସଂଯୋଗ କରିନାହାନ୍ତି ତେବେ ତୁରନ୍ତ ଏହା କରାଇନେବାକୁ ବ୍ୟାଙ୍କ୍ ଅନୁରୋଧ କରିଛି।

Comment