ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକର କରିଗୁଡ଼ା ଛକ ନିକଟରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ସେମିଳିଗୁଡ଼ା ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗୋଟିଏ ପିକ୍‌ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟର ସାଇକେଲ ଜବତ କରିଥିବା ସୂଚନା ମିଳିଛି।

ଗତକାଲି ନନ୍ଦପୁର ବ୍ଲଜର ଆନ୍ଧ୍ର ସୀମାନ୍ତବର୍ତ୍ତୀ ପାଡୁଆ ଅଞ୍ଚଳରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ସେମିଳିଗୁଡ଼ା ପୋଲିସକୁ ଖବର ମିଳିଥିଲା। ଏହାପରେ ପୋଲିସ ଟିମ୍ ଗଞ୍ଜେଇ ଚାଲାଣ କରୁଥିବା ଟ୍ରକ୍‌ ଉପରେ କରିଗୁଡ଼ା ଛକ ନିକଟରେ ଚଢ଼ାଉ କରିଥିଲା।

ଏହି ଟ୍ରକ୍‌ରୁ କୋଟିଏ ଟଙ୍କାର ଗଞ୍ଜେଇ ମିଳିଥିବା ନେଇ ସୂଚନା ମିଳିଛି। ଏହି ଘଟଣାରେ ପଟାଙ୍ଗି ଅଞ୍ଚଳର ଜଣେ ବଡ଼ ଗଞ୍ଜେଇ ମାଫିଆ ସମେତ ୫ ଜଣଙ୍କୁ ପୋଲିସ ଗିରଫ କରିଛି।ତେବେ ଅଭିଯୁକ୍ତମାନେ କାହାଠାରୁ ଏହି ଗଞ୍ଜେଇ ଆଣିଥିଲେ ଏବଂ ଅନ୍ୟ କେଉଁମାନେ ଏଥିରେ ଜଡ଼ିତ ଅଛନ୍ତି ସେନେଇ ତଦନ୍ତ ଜାରି ରହିଛି ବୋଲି ସେମିଳିଗୁଡ଼ା ଥାନା ଆଇଆଇସି ସୂଚନା ଦେଇଛନ୍ତି।

Comment