ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ରାଜ୍ୟସଭାରେ ପାରିତ ହେଲା ନୂଆ କୃଷି ବିଲ୍‌। ବାଚନିକ ଭୋଟରେ ରାଜ୍ୟସଭାରେ କୃଷି ସମ୍ପର୍କିତ ୨ଟି ବିଲ୍‌ ପାରିତ ହୋଇଛି। ଏହି ବିଲ୍‌ ହେଲା କୃଷି ଉତ୍ପାଦ ବ୍ୟାପାର ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସୁବିଧା) ବିଲ୍ ୨୦୨୦, କୃଷକ ସଶକ୍ତୀକରଣ ଓ ସଂରକ୍ଷଣ ବିଲ୍‌।

ଦେଶର କୃଷି କ୍ଷେତ୍ରରେ ପରିବର୍ତ୍ତନ ଏବଂ କୃଷକମାନଙ୍କ ଉପାର୍ଜନ ବୃଦ୍ଧି ଉଦ୍ଦେଶ୍ୟରେ ଲୋକସଭା ପରେ ଆଜି ରାଜ୍ୟସଭାରେ ୩ଟି ପୃଥକ୍ କୃଷି‌ ବିଲ୍‌ ଉପସ୍ଥାପନ କରାଯାଇଥିଲା। ପୂର୍ବରୁ ଲୋକସଭ‌ାରେ ୨ଟି କୃଷି‌ ବିଲ୍‌ ପାସ୍ ପାରିତ ହୋଇ ସାରିଥିଲା ବେଳେ ଆଜି ରାଜ୍ୟସଭାରେ ଏହି ୨ଟି ବିଲ୍‌ ପାରିତ ହୋଇଛି।

ଆଜି ରାଜ୍ୟସଭାରେ କୃଷି ବିଲ୍‌ ପାରିତ ହେବା ପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା। ଆଜି କୃଷକଙ୍କୁ ସ୍ୱାଧୀନତା ମିଳିଲା ବୋଲି ସେ କହିଛନ୍ତି।

ସେହିପରି ରାଜନାଥ ସିଂହ କହିଛନ୍ତି.‘‘ଆତ୍ମନିର୍ଭର କୃଷିର ମୂଳଦୂଆ ରଖାଯାଇଛି। ଏଣିକି କୃଷକଙ୍କ ଆୟ ୨ ଗୁଣ ବଢ଼ିବ।’’

କୃଷକଙ୍କୁ ଲାଭବାନ କରିବା ପାଇଁ ସରକାର ୩ଟି ନୂଆ ବିଲ୍‌ ଆଣିଥିଲେ। ଏହି ବିଲ୍‌ଗୁଡ଼ିକ ହେଲା କୃଷି ଉତ୍ପାଦ ବ୍ୟାପାର ଓ ବାଣିଜ୍ୟ, ପ୍ରୋତ୍ସାହନ ଓ ସୁବିଧା ବିଲ୍ ୨୦୨୦, କୃଷକ ସଶକ୍ତୀକରଣ ଓ ସଂରକ୍ଷଣ, ଦର ଆଶ୍ୱସ୍ତି ଓ କୃଷି ସେବା ବୁଝାମଣା ବିଲ୍ ୨୦୨୦।

Comment