ଓଡ଼ିଶାଲାଇଭ୍ ବ୍ୟୁରୋ

ଚେନ୍ନାଇ ସୁପରକିଙ୍ଗସ୍ ଦଳର ପ୍ରଂଶସକଙ୍କ ପାଇଁ ଖୁସି ଖବର। କରୋନା ଆକ୍ରାନ୍ତ ହୋଇ ଦଳଠୁ ଅଲଗା ହୋଇଥିବା ଯୁବ ଖେଳାଳି ଋତୁରାଜ ଗାଏକ୍ୱାଡ୍ ପୁଣି ଦଳକୁ ଫେରିଛନ୍ତି। ତାଙ୍କର କୋଭିଡ୍ ଟେଷ୍ଟିଂ ରିପୋର୍ଟ ନେଗେଟିଭ୍ ଆସିବା ପରେ ସେ ଦଳ ସହ ଯୋଗ ଦେଇଛନ୍ତି।

ଚେନ୍ନାଇ ସୁପରକିଙ୍ଗସ୍ ପକ୍ଷରୁ ଏନେଇ ଟୁଇଟ୍ କରି ସୂଚନା ଦିଆଯାଇଛି। ତାଙ୍କର ଉପସ୍ଥିତି ଦଳକୁ ଆହୁରି ମଜଭୁତ୍ କରିବ ବୋଲି କୁହାଯାଉଛି।

କିଛି ଦିନ ତଳେ ଦଳର କିଛି ସପୋର୍ଟ ଷ୍ଟାଫଙ୍କ ସହ ଦ୍ରୁତ ବୋଲର ଦୀପକ ଚହର ଓ ଯୁବ ଖେଳାଳି ଋତୁରାଜ ଗାଏକ୍ୱାର୍ଡ କୋଭିଡ୍ ପଜିଟିଭ୍ ଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କୁ ଆଇସୋଲେସନରେ ରଖାଯାଇ ଚିକିତ୍ସା କରାଯାଇଥିଲା। ଏବେ ସେ କରୋନାରୁ ସୁସ୍ଥ ହୋଇ ଦଳର ଟ୍ରେନିଂରେ ଯୋଗ ଦେଇଛନ୍ତି।

ଆସନ୍ତାକାଲି ଦଳ ରାଜସ୍ଥାନ ରୟାଲ୍ସକୁ ଭେଟିବାକୁ ଯାଉଥିବାବେଳେ ସେ ଦଳ ପକ୍ଷରୁ ଖେଳିପାରନ୍ତି ବୋଲି କୁହାଯାଉଛି। ବିଶେଷକରି ସୁରେଶ ରାଇନାଙ୍କ ଅନୁପସ୍ଥିତିକୁ ସେ ଭରଣ କରିବେ ବୋଲି କ୍ରିକେଟ୍ ବିଶେଷଜ୍ଞମାନେ ଆଶା ରଖିଛନ୍ତି।

Comment