ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ଜଗତପୁରସ୍ଥିତ ସଦ୍‌ଗୁରୁ କୋଭିଡ ହସ୍ପିଟାଲରେ ଘଟିଛି ଏକ ବଡ଼ ଧରଣର ଅଗ୍ନିକାଣ୍ଡ। କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ। ତେବେ ଆଇସିୟୁର ଅକ୍ସିଜେନ୍ ସିଲିଣ୍ଡର ଫାଟିବା କାରଣରୁ ଏହା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି।

ହସ୍ପିଟାଲ୍‌ର ଗ୍ରାଉଣ୍ଡ ଫ୍ଲୋର୍‌ର ଆଇସିୟୁରେ ନିଆଁ ଲାଗିଛି। ଘଟଣା ସ୍ଥଳରେ ୩ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରଖିଥିବା ନେଇ ସୂଚନା ମିଳିଛି। ଘଟଣାସ୍ଥଳରେ ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ, ଡିସିପି ପ୍ରତୀକ ସିଂହ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଏବଂ ସିଏମ୍‌ସି କମିଶନର ଅନନ୍ୟା ଦାସ ଉପସ୍ଥିତ ରହିଥିବା ନେଇ ସୂଚନା ମିଳିଛି।ହସ୍ପିଟାଲ୍‌ରେ ମୋଟ ୧୨୭ ରୋଗୀ ରହିଥିଲେ। ଏଥିମଧ୍ୟରୁ ଆଇସିୟୁରେ ରହିଥିଲେ ୨୦ ଜଣ ରୋଗୀ। ଗତ ଅଗଷ୍ଟ ମାସରେ ଜଗତପୁରର ସଦ୍‌ଗୁରୁ ହସ୍ପିଟାଲ୍‌ରେ କଟକର ଏହି ଦିତ୍ଵୀୟ କୋଭିଡ ହସ୍ପିଟାଲ୍‌କୁ ନିର୍ମାଣ କରାଯାଇଥିଲା।

ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥନାନ୍ତର କାର୍ଯ୍ୟ ଜାରି ରହିଛି। ତେବେ ଏହି ଘଟଣାରେ କୌଣସି ରୋଗୀଙ୍କର ମୃତାହତ କିମ୍ଵା ଗୁରୁତର ହେବା ନେଇ ସ୍ପଷ୍ଟ ହୋଇନାହିଁ।  

Comment