ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲର ପ୍ରଥମ ଦୁଇଟି ରୋମାଞ୍ଚକର ମ୍ୟାଚ୍ ପରେ ଆଜି ତୃତୀୟ ମ୍ୟାଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଆରସିବି ଓ ସନରାଇଜର୍ସ ହାଇଦ୍ରାବାଦ। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଦୁବାଇରେ ଖେଳାଯିବ।

ରୟାଲ ଚାଲେଞ୍ଜର୍ସ ବେଙ୍ଗାଳୁରୁର ଅଧିନାୟକତ୍ୱ ସମ୍ଭାଳୁଥିବା କ୍ୟାପଟେନ୍ କୋହଲିଙ୍କ ଉପରେ ଦଳର ବ୍ୟାଟିଂ ଭାର ନିର୍ଭର କରୁଛି। ତାଙ୍କ ସହିତ ଏବି ଡିଭିଲର୍ସ ଓ ଆରୋନ୍ ଫିଞ୍ଚ୍ ମଧ୍ୟ ଦଳ ପାଇଁ ଟ୍ରମ୍ପ କାର୍ଡ ସାଜିବେ। କୋହଲିଙ୍କ ନେତୃତ୍ୱରେ ଦଳ ଏଥର ଟ୍ରଫି ଜିତିବାକୁ ଲକ୍ଷ୍ୟ ରଖିଛି।ଅନ୍ୟପଟେ ଡେଭିଡ୍ ୱାର୍ନରଙ୍କ ନେତୃତ୍ୱରେ ସନରାଇଜର୍ସ ହାଇଦ୍ରାବାଦ ପୁଣିଥରେ ଚାମ୍ପିୟନ ହେବାକୁ ଲକ୍ଷ୍ୟ ରଖିଛି। ଦଳ ପ୍ରଥମ ମ୍ୟାଚରୁ ଦମଦାର ପ୍ରଦର୍ଶନ କରିବା ସହ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବାକୁ ଆଶା ରଖିଛି। ଦଳର ବ୍ୟାଟିଂ ୱାର୍ନରଙ୍କ ସହିତ ବେୟୋରେଷ୍ଟ ଓ ମନିଷ ପାଣ୍ଡେଙ୍କ ଉପରେ ନିର୍ଭରଶୀଳ। ସେହିପରି ବୋଲିଂରେ ମଧ୍ୟ ଭୁବନେଶ୍ୱର କୁମାର ଓ ରସିଦ୍ ଖାନ୍ ଦଳ ପାଇଁ ଲକି ସାବ୍ୟସ୍ତ ହେବେ ବୋଲି କୁହାଯାଉଛି।

Comment