ଓଡ଼ିଶାଲାଇଭ୍ ବ୍ୟୁରୋ

ମୋବାଇଲରେ କେମିତି ଦେଖିବେ ଆଇପିଏଲ୍?

ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ୍ ୟୁଏଇରେ ଆରମ୍ଭ ହୋଇଯାଇଛି। କରୋନା କଟକଣା କାରଣରୁ ଚଳିତବର୍ଷ ଆଇପିଏଲ୍ ବିନା ଦର୍ଶକରେ ଖେଳାଯାଉଛି। ଅର୍ଥାତ ଷ୍ଟାଡିୟମରେ ଦର୍ଶକମାନଙ୍କ ପ୍ରବେଶ ଉପରେ ରୋକ୍ ଲଗାଯାଇଛି। ହେଲେ ସମସ୍ତ ମ୍ୟାଚର ଟିଭି ପ୍ରସାରଣ ଦାୟିତ୍ୱ ଷ୍ଟାର ସ୍ପୋର୍ଟସ ହାତରେ ରହିଛି।

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ମୋବାଇଲ୍ ସାହାଯ୍ୟରେ ଆଇପିଏଲ୍ ଦେଖିବାକୁ ଚାହୁଁଛନ୍ତି। ମୋବାଇଲ୍ ସବୁ ସ୍ଥାନରେ ସହଜରେ ଉପଲବ୍ଧ ହେଉଥିବାରୁ ଯୁବପିଢ଼ି ଏବେ ଏହି ବିକଳ୍ପକୁ ଆପଣାଇବାକୁ ଇଚ୍ଛା ରଖୁଛନ୍ତି। ଏହାକୁ ଦେଖି ହଟଷ୍ଟାର ପକ୍ଷରୁ ଗତ କିଛିବର୍ଷ ହେଲା ଆଇପିଏଲର ସିଧାପ୍ରସାରଣ ମୋବାଇଲରେ ବିନା କୌଣସି ଖର୍ଚ୍ଚରେ ଦେଖି ହେଉଥିଲା। ହେଲେ ଏବେ ଏହି ନିୟମରେ ସାମାନ୍ୟ ପରିବର୍ତ୍ତନ ଆସିଛି।ଡିଜନୀ ହଟଷ୍ଟାରରେ ଏଥର ଆଇପିଏଲ୍ ଦେଖିବାକୁ ହେଲେ ଆପଣଙ୍କୁ ଏହାର ଭିଆଇପି ପ୍ୟାକକୁ କିଣିବାକୁ ପଡ଼ିବ। ଏହାର ୧୨ ମାସର ଭିଆଇପି ପ୍ୟାକ୍ ସବସ୍କ୍ରିପସନ କଲେ ହିଁ ଆପଣ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ମୋବାଇଲରେ ଦେଖିବାକୁ ପଡ଼ିବ। ନଚେତ ମୋବାଇଲରେ ଆପଣ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ଦେଖିପାରିବେନି।

ଏଥିପାଇଁ ଆପଣଙ୍କୁ ଡିଜନୀ+ହଟଷ୍ଟାର ଆପ ଡାଉନଲୋଡ୍ କରିବାକୁ ପଡ଼ିବ। ଏଥିସହ ଏହାର ୧୨ ମାସର ଭିଆଇପି ପ୍ୟାକ୍ ମଧ୍ୟ ସବସ୍କ୍ରିପସନ କରିବାକୁ ପଡ଼ିବ। ଏହାଦ୍ୱାରା ଆପଣ ଆଇପିଏଲ ମ୍ୟାଚର ସିଧାପ୍ରସାରଣ ମୋବାଇଲ୍ ସାହାଯ୍ୟରେ ଦେଖିପାରିବେ। ଏହି ପ୍ୟାକକୁ କିଣିବାକୁ ହେଲେ ଆପଣଙ୍କୁ ୩୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

Comment