ଓଡ଼ିଶାଲାଇଭ୍ ବ୍ୟୁରୋ

ବାରମ୍ଵାର ଆବେଦନ ସତ୍ତ୍ଵେ ଜୟପୁରରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଭତ୍ତା ଦିଆ ଯାଉନାହିଁ। ଏଣୁ ଏହାର ପ୍ରତିବାଦ କରି ସୋମବାର ଜୟପୁର ପବ୍ଲିକ ରାଇଟ୍ ଆସୋସିଏସନ ତରଫରୁ ଜୟପୁର ପୌରପାଳିକା କାର୍ଯ୍ୟାଳୟକୁ ଘେରାଉ କରାଯାଇ ବିକ୍ଷୋଭ କରାଯାଇଛି।

ଜୟପୁର ସହରରେ ଯୋଗ୍ୟ ହିତାଧିକାରୀମାନେ ବାରମ୍ବାର ଆବେଦନ କରିବା ସତ୍ତ୍ୱେ ମଧ୍ୟ ସେମାନଙ୍କୁ ବିଧବା, ବାର୍ଦ୍ଧକ୍ୟ ଏବଂ ଭିନ୍ନକ୍ଷମ ଭତ୍ତାରୁ ବଞ୍ଜିତ କରାଯାଉଛି। ପ୍ରକୃତ ହିତାଧିକାରୀମାନେ ଭତ୍ତା ନ ପାଇ ନିଜ ମୌଳିକ ଓ ସାମ୍ବିଧାନିକ ଅଧିକାର ପାଇବାରୁ ବଞ୍ଚିତ ହେଉଛନ୍ତି। ଏଥିପାଇଁ ଜୟପୁର ପୌରପାଳିକା କାର୍ଯ୍ୟାଳୟକୁ ଘେରାଉ କରାଯାଇ କାର୍ଯ୍ୟନିର୍ବାହୀ ଅଧିକାରୀ ଆଲୋକ ସାମନ୍ତରାୟଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ବର୍ତ୍ତମାନ ପୁଣିଥରେ ହିତାଧିକାରୀମାନେ ଅନଲାଇନରେ ଭତ୍ତା ପାଇଁ ଆବେଦନ କରିଛନ୍ତି। ଯଦି ଆସନ୍ତା ୧୫ ଦିନ ମଧ୍ୟରେ ଏହାର ସମାଧାନ ନ କରାଯାଏ, ତେବେ ଆନ୍ଦୋଳନ ତୀବ୍ର ହେବା ସହ ଆସୋସିଏସନ୍ ପକ୍ଷରୁ ଧାରଣା ଦିଆଯିବା ନେଇ ପବ୍ଲିକ ରାଇଟ୍ ଆସୋସିଏସନର ସଭାପତି ଦେବେନ୍ଦ୍ର ବାହିନୀପତି ଚେତାବନୀ ଦେଇଛନ୍ତି।

ଏହି ବିକ୍ଷୋଭରେ ଅମର ଲାଲା ଆହୁଜା, ନରସିଂହ ନାୟକ, ସିମାଞ୍ଚଳ ସୁଆର, କନ୍ଦର୍ପ ପାଣିଗ୍ରାହୀ, ଅନିଲ ମିଶ୍ର, ଗୌର ଦାସ, ରମେଶ ବିଷୋୟୀ, ରମେଶ ବିଶୋୟୀ, ଶ୍ୟାମ ବେହେରା, ଲକ୍ଷ୍ମୀ ନାରାୟଣ ପାଢୀ, କାର୍ତ୍ତିକ ନାୟକଙ୍କ ସହ ସହରର ଯୋଗ୍ୟ ହିତାଧିକାରୀମାନେ ଉପସ୍ଥିତ ଥିଲେ।

Comment