ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଥମ ମ୍ୟାଚରେ ଦମଦାର ବିଜୟ ହାସଲ କରିଥିବା ଚେନ୍ନାଇ ସୁପରକିଙ୍ଗସ୍ ଆଜି ନିଜର ଦ୍ୱିତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ଭେଟିବ। ରାଜସ୍ଥାନ ପାଇଁ ଏହା ପ୍ରଥମ ମ୍ୟାଚ୍ ହୋଇଥିବାବେଳେ ଚେନ୍ନାଇ ପାଇଁ ଏହା ଦ୍ୱିତୀୟ ମ୍ୟାଚ୍ ହେବ। ସନ୍ଧ୍ୟା ସାଢ଼େ ୭ଟାରେ ଶାରଜା କ୍ରିକେଟ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ।

ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିବା ଚେନ୍ନାଇ ଦୃଢ଼ ମନୋବଳ ସହ ପଡ଼ିଆକୁ ଓହ୍ଲାଇବ। ଅନ୍ୟପଟେ ରାଜସ୍ଥାନ ରୟାଲ୍ସ ମଧ୍ୟ ନିଜର ପ୍ରଥମ ମ୍ୟାଚରୁ ବିଜୟ ସହ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି।

ଦୁଇ ଦଳକୁ ଦେଖିଲେ ରାଜସ୍ଥାନ ରୟାଲ୍ସ ପାଖରେ ଷ୍ଟିଭ୍ ସ୍ମିଥ୍, ବେନ୍ ଷ୍ଟୋକସ୍, ସଞ୍ଜୁ ସାମସନ୍, ଜୟଦେବ ଉନାଦକତ୍, ଜୋଫ୍ରା ଆର୍ଚରଙ୍କ ଭଳି ଷ୍ଟାର ଖେଳାଳି ଅଛନ୍ତି। ସେହିପରି ସିଏସକେ ପାଖରେ ମଧ୍ୟ ଯୁବ ଓ ବରିଷ୍ଠ ଖେଳାଳିଙ୍କର ଏକ ମିଶ୍ରଣ ଦେଖିବାକୁ ମିଳିବ।ଚେନ୍ନାଇ ସୁପର କିଙ୍ଗସ

ମହେନ୍ଦ୍ର ସିଂ ଧୋନୀ(ଅଧିନାୟକ), ଇମ୍ରାନ ତାହିର୍, ଲୁଙ୍ଗି ନିଗିଡି, ଋତୁରାଜ ଗାଏକ୍ଵାଡ୍, ସେନ୍ ଓ୍ଵାଟସନ୍, ଅମ୍ଵାତି ରାଇଡୁ,ମୂରଲୀ ବିଜୟ, କେଦାର ଯାଦବ, ରବୀନ୍ଦ୍ର ଜାଡ଼େଜା, ଦିପକ ଚହର, ପିୟୁଷ୍ ଚାଓ୍ଵଲା, ନାରାୟଣ ଜଗଦ୍ଦିଶନ୍, ମିଚେଲ ସାଣ୍ଟନର, କେଏମ୍ ଅସିଫ୍, ସାର୍ଦୁଲ ଠାକୁର, ସାଇ କିଶୋର, ଡ୍ୟୁପ୍ଲେସିସ୍, ମୋନୁ କୁମାର, ଡ୍ଵେନ୍ ବ୍ରାଭୋ, ଜୋସ୍ ହାଜଲଉଡ୍, ସାମ୍ କରନ୍ ଏବଂ କର୍ଣ୍ଣ ଶର୍ମା।

ରାଜସ୍ଥାନ ରୟାଲ୍ସ

ଷ୍ଟିଭ୍ ସ୍ମିଥ୍(ଅଧିନାୟକ), ବେନ୍ ଷ୍ଟୋକ୍ସ, ସଞ୍ଜୁ ସାମସନ୍, ଆଣ୍ଡ୍ରୁ ଟାଏ, କାର୍ତ୍ତିକ ତ୍ୟାଗୀ, ଅଙ୍କିତ ରାଜପୁତ, ଶ୍ରେୟାସ୍ ଗୋପାଲ, ରାହୁଲ ତେଓ୍ଵାଟିଆ, ଜୟଦେବ ଉନତ୍କତ୍, ମୟଙ୍କ ମାର୍କାଣ୍ଡେ, ମହିପାଲ୍ ଲୋମରୋର୍, ଓସାନୀ ଥୋମାସ୍, ରିୟାନ୍ ପରାଗ, ଜଶସ୍ଵୀ ଜୟସ୍ଵାଲ୍, ଅନୁଜ୍ ରାଓ୍ଵାତ୍, ଆକାଶ ସିଂହ, ଜୋଫ୍ରା ଆର୍କର୍, ଡେଭିଡ ମିଲର୍, ଜସ୍ ବଟଲର୍, ମନ୍ ଭୋରା, ଶସାଙ୍କ ସିଂହ, ବରୁଣ ଆରୋନ୍, ଟମ୍ କୁରାନ୍, ରବିନ୍ ଉତ୍ଥାପା, ଅନିରୁଦ୍ଧ ଜୋଶୀ।

Comment