ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଆଜି ଆଉ ୧୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୭୩୬କୁ ବୃଦ୍ଧି ଘଟିଛି।
ଆଜିର ମୃତକଙ୍କ ମଧ୍ୟରେ ଭୁବନେଶ୍ୱରରୁ ୪, ମୟୂରଭଞ୍ଜ ଓ ପୁରୀରୁ ୨ ଜଣ ଲେଖାଏଁ ଥିଲା ବେଳେ ନୟାଗଡ଼ ନୂଆପଡ଼ା, କଟକ, ବାଲେଶ୍ୱରରୁ ଜଣେ ଲେଖାଏଁ ଅଛନ୍ତି। ସେହିପରି ଢେଙ୍କାନାଳ, କନ୍ଧମାଳ ଓ ମାଲକାନଗିରରୁ ମଧ୍ୟ ଜଣେ ଲେଖାଏଁ ବ୍ୟକ୍ତିଙ୍କର ଜୀବନ ଯାଇଛି।
ଭୁବନେଶ୍ୱରର ୪ ଜଣ ମୃତକ ପୁରୁଷ ଓ ସେମାନଙ୍କ ବୟସ ଯଥାକ୍ରମେ ୬୨, ୩୫, ୪୨, ୭୦। ମୟୂରଭଞ୍ଜର ୨ ମୃତକଙ୍କ ମଧ୍ୟରେ ଜଣେ ୬୪ ବର୍ଷୀୟ ପୁରୁଷ ଓ ୭୪ ବର୍ଷୀୟ ପୁରୁଷ ଅଛନ୍ତି।
ସେହିପରି ପୁରୀର ୨ ମୃତକଙ୍କ ମଧ୍ୟରେ ଜଣେ ୭୨ ଓ ଜଣେ ୭୦ ବର୍ଷୀୟ ପୁରୁଷ ଥିଲା ବେଳେ ନୟାଗଡ଼ର ୭୨ ବର୍ଷୀୟ ପୁରୁଷ, ନୂଆପଡ଼ାର ୩୭ ବର୍ଷୀୟ ପୁରୁଷ, କଟକର ୬୭ ବର୍ଷୀୟ ପୁରୁଷ, ଢେଙ୍କାନାଳର ୭୨ ବର୍ଷୀୟ ପୁରୁଷ, କନ୍ଧମାଳର ୭୫ ବର୍ଷୀୟ ପୁରୁଷ, ମାଲକାନଗିରିରୁ ୪୧ ବର୍ଷୀୟ ପୁରୁଷ, ବାଲେଶ୍ୱର ୫୧ ବର୍ଷୀୟ ପୁରୁଷଙ୍କ ଜୀବନ ଯାଇଛି।


















