ଓଡ଼ିଶାଲାଇଭ୍ ବ୍ୟୁରୋ

କୋଲ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍‌)ର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେଉଛି ସେଣ୍ଟ୍ରାଲ ମାଇନ ପ୍ଲାନିଂ ଆଣ୍ଡ ଡିଜାଇନ ଇନଷ୍ଟିଚ୍ୟୁଟ୍ (ସିଏମ୍‌ପିଡିଆଇ)। ସିଆଇଏଲରୁ ଏହା ପୃଥକ୍ ହୋଇପାରିବ ନାହିଁ ବୋଲି କୋଲ୍ ଇଣ୍ଡିଆ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଦ୍ୱାରା ସୂଚନା ଦିଆଯାଇଛି।

କୋଇଲା ଉତ୍ପାଦନ ଲକ୍ଷ୍ୟ ପୂରଣ ଦିଗରେ ପ୍ରମୁଖ ଭୂମିକା ନେବ ସିଏମ୍‌ପିଡିଆଇ

କୋଲ ଇଣ୍ଡିଆ ଏଥିରେ କହିଛି ଯେ ଏହାର କୋଇଲା ଉତ୍ତୋଳନକାରୀ କମ୍ପାନୀଗୁଡ଼ିକୁ ସିଏମ୍‌ପିଡିଆଇ ଯୋଜନା ପ୍ରସ୍ତୁତି ଓ ବିଭିନ୍ନ ପରାମର୍ଶ ଦେଇଥାଏ। ୨୦୨୩-୨୪ ସୁଦ୍ଧା ୧୦୦ କୋଟି ଟନ୍ କୋଇଲା ଉତ୍ପାଦନ ଲକ୍ଷ୍ୟ ପୂରଣ ଦିଗରେ ସିଏମ୍‌ପିଡିଆଇ ପ୍ରମୁଖ ଭୂମିକା ନେବ। କୋଲ ଇଣ୍ଡିଆର ପରାମର୍ଶଦାତା ସଂସ୍ଥା ଥିବା ସିଏମ୍‌ପିଡିଆଇ ୨୦୧୯-୨୦ରେ ୭୮୦ କୋଟି କୋଇଲା ସମ୍ବଳର ଯୋଗଦାନ ଦେଇଛି।

ସିଏମ୍‌ପିଡିଆଇ ଆରମ୍ଭ ହେବା ପରଠାରୁ ଗୋଟିଏ ବର୍ଷରେ ସଂସ୍ଥା ନିର୍ଦ୍ଧାରିତ କରିଥିବା ଏହା ହେଉଛି ସର୍ବାଧିକ କୋଇଲା ସମ୍ବଳ। ୨୫ଟି ଭୌଗୋଳିକ ବିବରଣ ମାଧ୍ୟମରେ ୨୯୨ ବର୍ଗକିମି ବିସ୍ତୃତ ଅଞ୍ଚଳର ଅନୁସନ୍ଧାନ ପରେ ଏହା ସମ୍ଭବ ହୋଇପାରିଥିଲା। ଏହା ବ୍ୟତୀତ ୬ଟି ଭୌଗୋଳିକ ବିବରଣ ଓ ପ୍ରାୟ ୧୪୦ ବର୍ଗକିମି ଅଞ୍ଚଳରେ କ୍ଷେତ୍ରୀୟ ପ୍ରମୋସନାଲ ଅନୁସନ୍ଧାନ ମାଧ୍ୟମରେ ପ୍ରାୟ ୯୭୫ କୋଟି ଟନ୍‌ର ନୂତନ ସମ୍ବଳ ଆକଳନ କରାଯାଇଥିଲା।

୨୦୧୯-୨୦ ମଧ୍ୟରେ ସିଏମ୍‌ପିଡିଆଇ ବିସ୍ତୃତ ଅନୁସନ୍ଧାନ କ୍ରମରେ ୧୨.୯୪ ଲକ୍ଷ ମିଟର ଓ କ୍ଷେତ୍ରୀୟ ପ୍ରଚାର ଅନୁସନ୍ଧାନରେ ୧.୧୬ ଲକ୍ଷ ମିଟର ଖନନ କାର୍ଯ୍ୟ କରିଛି। ଏହା ସହ ୨୦୧୯-୨୦ରେ ପରାମର୍ଶକାରୀ ସଂସ୍ଥା ଦ୍ୱାରା ୩୨ଟି ପ୍ରକଳ୍ପ ବିବରଣ ପ୍ରସ୍ତୁତ କରାଯାଇଥିଲା, ଯେଉଁଥିରେ ବାର୍ଷିକ ପ୍ରାୟ ୧୭.୮ କୋଟି ଟନ୍ କ୍ଷମତା ରହିଥିଲା।

ବିଭିନ୍ନ କାର୍ଯ୍ୟକଳାପ ବ୍ୟତୀତ ପରିବେଶ ଅନୁକୂଳ ଯାନ୍ତ୍ରିକ ପରିଚାଳନା ଓ କୋଇଲା ପରିବହନ ଦିଗରେ ସିଆଇଏଲର ୩୫ଟି ଫଷ୍ଟ ମାଇଲ କନେକ୍ଟେିଭିଟି ପ୍ରକଳ୍ପଗୁଡ଼ିକୁ ବୈଷୟିକ ପରାମର୍ଶ ଦେବାରେ ସିଏମ୍‌ପିଡିଆଇ ପ୍ରମୁଖ ଭୂମିକା ନେଇଥିଲା।

ପ୍ରଥମଶ୍ରେଣୀ ମିିନିରତ୍ନ କମ୍ପାନି ହେଉଛି ସିଏମ୍‌ପିଡିଆଇ

ସିଏମ୍‌ପିଡିଆଇ ହେଉଛି ଏକ ପ୍ରଥମଶ୍ରେଣୀ ମିିନିରତ୍ନ କମ୍ପାନି ଯାହା ମହାରତ୍ନ କମ୍ପାନି କୋଲ ଇଣ୍ଡିଆ ଲିମିଟେଡର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ସହାୟକ ସଂସ୍ଥା। ଏହାର ମୁଖ୍ୟାଳୟ ରାଞ୍ଚିରେ ଥିବାବେଳେ ଆସାନସୋଲ, ଧାନବାଦ, ରାଞ୍ଚି, ନାଗପୁର, ବିଳାସପୁର, ସିଙ୍ଗରୋଲି ଓ ଭୁବନେଶ୍ୱର ଭଳି ୭ଟି ସ୍ଥାନରେ ଷ୍ଟ୍ରାଟେଜିକାଲ ଆଞ୍ଚଳିକ ପ୍ରତିଷ୍ଠାନ ରହିଛି। ଏଗୁଡ଼ିକ ସିଆଇଏଲର ସହାୟକ କୋଇଲା ଉତ୍ପାଦନକାରୀ କମ୍ପାନି ମଧ୍ୟରେ ରହିଛନ୍ତି।

ଖଣିଜ ଉତ୍ତୋଳନ, ଖଣି ଯୋଜନା ଓ ଡିଜାଇନ, ବ୍ୟାବହାରିକ ଭିତ୍ତିଭୂମି, ପରିବେଶ ପରିଚାଳନା, କୋଇଲା ପ୍ରସ୍ତୁତି, ଅନୁସନ୍ଧାନ ଏବଂ ବିକାଶ, ପରିଚାଳନା ପଦ୍ଧତି, ବିଶେଷ କରି କୋଇଲା ଶିଳ୍ପ ଓ ଦେଶ ବାହାର ତଥା ଭିତରେ ଖଣିଜ, ଖଣି ଉତ୍ତୋଳନ ସମ୍ବନ୍ଧୀୟ କ୍ଷେତ୍ର ପାଇଁ ଗୋଟିଏ ଛାତ ତଳେ ପରାମର୍ଶ ଏବଂ ସମର୍ଥନ ଦେବାରେ ଏହାର ବ୍ୟବସାୟ କାର୍ଯ୍ୟ କରୁଛି।

ଯୋଜନାବଦ୍ଧ ନିଷ୍ପତ୍ତିରେ କୋଇଲା ମନ୍ତ୍ରଣାଳୟ, ଯୋଜନା ଆୟୋଗକୁ ସହାୟତା ଦିଏ ସିଏମ୍‌ପିଡିଆଇ

ଜାତୀୟ ସ୍ତରରେ କୋଇଲା କ୍ଷେତ୍ର ସହ ଜଡ଼ିତ ଯୋଜନାବଦ୍ଧ ନିଷ୍ପତ୍ତି ପାଇଁ ସିଏମ୍‌ପିଡିଆଇ କୋଇଲା ମନ୍ତ୍ରଣାଳୟ ଓ ଯୋଜନା ଆୟୋଗକୁ ମଧ୍ୟ ସହାୟତା ଦେଇଥାଏ। ଭାରତ ସରକାରଙ୍କ ପକ୍ଷରୁ ଏକ ନୋଡାଏ ଏଜେନ୍ସି ଭାବେ କାର୍ଯ୍ୟ କରିବା ସହ କୋଇଲା ଜମା, କୋଇଲା ଖନନ କ୍ଷମତା ଓ ସଂଚାଳନ ଆଦିର ଆବିଷ୍କାର ସମ୍ଭାବନାକୁ ମଧ୍ୟ ବଜାୟ ରଖେ। ସେହିପରି ସିଏମ୍‌ପିଡିଆଇ ଅଣ-ସିଆଇଏଲ୍ ବ୍ଲକଗୁଡ଼ିକରେ ଅନୁସନ୍ଧାନ କାର୍ଯ୍ୟ କରିଥାଏ। କୋଇଲା ମନ୍ତ୍ରଣାଳୟ, ଆର୍ ଆଣ୍ଡ ଡିର ଆର୍ଥିକ ସମୃଦ୍ଧି ପାଇଁ ଏସ୍ ଆଣ୍ଡ ଡି ଗତିବିଧି କ୍ରମରେ ଅନୁସନ୍ଧାନ ଓ ବିକାଶ ପ୍ରକ୍ରିୟାକୁ ନଜରରେ ରଖିଥାଏ।

କୋଲ ଇଣ୍ଡିଆ ଦ୍ୱାରା ଏଥିପାଇଁ ମୁଖ୍ୟାଳୟ ରାଞ୍ଚିରେ ସ୍ଥାପିତ ସିବିଏମ୍ କ୍ଲିୟରିଂ ହାଉସ ପ୍ରତିଷ୍ଠା କରାଯାଇଛି ଓ ୟୁଏସ୍‌ଏ, ୟୁଏସ୍‌ଆଇଏଲ୍‌ର ୟୁଏସ୍‌ଇପିଏ ଦ୍ୱାରା ଅନୁଦାନ ପାଉଛି। ବୈଷୟିକ ଓ ପରିଚାଳନା ପ୍ରସଙ୍ଗରେ ଏହା କୋଇଲା ମନ୍ତ୍ରଣାଳୟ, କୋଲ ଇଣ୍ଡିଆ ଓ ଏହାର କୋଇଲା ଉତ୍ତୋଳନକାରୀ କମ୍ପାନି ମଧ୍ୟରେ ସମ୍ପର୍କ ସ୍ଥାପନ କରିଥାଏ।

Comment