ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର କୋଇଲା ମନ୍ତ୍ରାଳୟ ଅଧୀନରେ ଥିବା ମିନିରତ୍ନ ପିଏସୟୁ ସେଣ୍ଟ୍ରାଲ କୋଲଫିଲ୍ଡସ୍ ଲିମିଟେଡ୍ (ସିସିଏଲ)ର ପରବର୍ତ୍ତୀ ନିର୍ଦ୍ଦେଶକ (ଟେକ୍ନିକାଲ୍) ହେବେ ବି ସାଇରାମ। ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ସିଲେକସନ ବୋର୍ଡ (ପିଇଏସ୍‌ବି) ପ୍ୟାନେଲ୍ ପକ୍ଷରୁ ଶୁକ୍ରବାର ଦିନ ଏହି ପଦ ପାଇଁ ସାଇରାମଙ୍କ ନାମ ସୁପାରିଶ କରାଯାଇଛି। ବର୍ତ୍ତମାନ ସେ କୋଲ୍ ଇଣ୍ଡିଆ ଲିମିଟେଡରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି।ସେଣ୍ଟ୍ରାଲ କୋଲଫିଲ୍ଡସ୍ ଲିମିଟେଡ୍ (ସିସିଏଲ)ର ନିର୍ଦ୍ଦେଶକ (ଟେକ୍ନିକାଲ୍) ଚୟନ ଲାଗି ପାଇଁ ଶୁକ୍ରବାର ଦିନ ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ସିଲେକସନ ବୋର୍ଡ (ପିଇଏସ୍‌ବି) ପ୍ୟାନେଲ୍ ପକ୍ଷରୁ ଏକ ବୈଠକ ହୋଇଥିଲା। ଏଥିରେ ଇଷ୍ଟର୍ଣ୍ଣ କୋଲଫିଲ୍ଡସ୍ ଲିମିଟେଡ୍ (ଇସିଏଲ୍), ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମ୍‌ସିଏଲ୍), ସେଣ୍ଟ୍ରାଲ କୋଲଫିଲ୍ଡସ୍ ଲିମିଟେଡ୍ (ସିସିଏଲ୍) ଓ୍ଵେଷ୍ଟର୍ଣ୍ଣ କୋଲଫିଲ୍ଡସ୍ ଲିମିଟେଡ୍ (ଡବ୍ଲ୍ୟୁସିଏଲ୍), ସାଉଥ ଇଷ୍ଟର୍ଣ୍ଣ କୋଲଫିଲ୍ଡସ୍ ଲିମିଟେଡ୍, ଏନ୍‌ଏଲ୍‌ସି ଇଣ୍ଡିଆ ଲିମିଟେଡ୍ ଏବଂ ଜୟପ୍ରକାଶ ପାଓ୍ଵାର ଭେଞ୍ଚର୍ସ ଲିମିଟେଡ୍ ଆଦିରୁ ୮ ଜଣ ପ୍ରାର୍ଥୀ ଭାଗ ନେଇଥିଲେ।

ଏଥିମଧ୍ୟରୁ ବି ସାଇରାମ ନାମଙ୍କୁ ସିସିଏଲ୍‌ର ପରବର୍ତ୍ତୀ ନିର୍ଦ୍ଦେଶକ (ଟେକ୍ନିକାଲ୍) କରିବା ଲାଗି ପ୍ୟାନେଲ୍ ପକ୍ଷରୁ ଚୟନ କରାଯାଇଛି।

ସିସିଏଲ୍‌ର ନିର୍ଦ୍ଦେଶକ (ଟେକ୍ନିକାଲ୍) ଭାବରେ ବି ସାଇରାମ ସିସିଏଲ୍‌ ବୋର୍ଡର ସଦସ୍ୟ ରହିବେ। ସେ ସିସିଏଲ୍‌ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକଙ୍କୁ ରିପୋର୍ଟ କରିବେ। ସେହିପରି ଖଣିଗୁଡ଼ିକର ସମସ୍ତ ଅପରେସନ ତଥା କ୍ଷେତ୍ର କାର୍ଯ୍ୟକଳାପର ସେ ଦାୟିତ୍ଵ ବହନ କରିବେ। ଏଥିସହ ସେ ଖଣିଗୁଡ଼ିକର ସୁରକ୍ଷା ଏବଂ ବୈଷୟିକ ଦିଗ ପ୍ରତି ମଧ୍ୟ ଉତ୍ତରଦାୟୀ ରହିବେ।

କୋଲ ଇଣ୍ଡିଆ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କୋଲକାତାରେ ଯୋଗ ଦେବା ପୂର୍ବରୁ ବି ସାଇରାମ ମହାନଦୀ କୋଲ୍ଡ ଫିଲ୍ଡସ ଲିମିଟେଡର (ଏମସିଏଲ) ଜେନେରାଲ ମ୍ୟାନେଜର ସିଏସଆର ଭାବେ କାର୍ଯ୍ୟ କରୁଥିଲେ। ସେ ବୁର୍ଲାସ୍ଥିତ ଏମସିଏଲର ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥାପିତ ଥିଲେ। ଏମସିଏଲ ପକ୍ଷରୁ କରାଯାଉଥିବା ବ୍ୟାପକ ସିଏସଆର କାର୍ଯ୍ୟକ୍ରମର ପରିକଳ୍ପନା, ସଞ୍ଚାଳନ ଏବଂ ସମୀକ୍ଷା କ୍ଷେତ୍ରରେ ସେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

Tags: #CoalIndiaLimited #CentralCoalFielsLimited #BSairam #ସିସିଏଲ୍‌ #ବିସାଇରାମ #କେନ୍ଦ୍ରକୋଇଲାମନ୍ତ୍ରାଳୟ

Comment