ଓଡ଼ିଶାଲାଇଭ୍ ବ୍ୟୁରୋ

ମହାନଦୀ କୋଲଫିଲଡସ ଲିମିଟେଡ୍ (ଏମସିଏଲ୍) ସିଏସ୍ଆର ପ୍ରକଳ୍ପ ଜରିଆରେ ତିନୋଟି ଷ୍ଟାର୍ଟ-ଅପ୍ କମ୍ପାନିକୁ ୧୫ ଲକ୍ଷ ଟଙ୍କାର ଋଣ ପ୍ରଦାନ କରିଛି। ରାଉରକେଲା ଏନଆଇଟିଠାରେ ଅବସ୍ଥିତ ଟେକ୍ନୋଲୋଜି ବିଜନେସ୍ ଇନକ୍ୟୁବରେଟର (ଟିବିଆଇ)ର Myorg 360, Claviator Academy ଏବଂ Yareg Technology କମ୍ପାନିକୁ ଏମସିଏଲ୍ ଏହି ଋଣ ପ୍ରଦାନ କରିଛି।

ଏହି କମ୍ପାନିଗୁଡ଼ିକ ସପ୍ଟୱେୟାରଠାରୁ ଆରମ୍ଭ କରି ଶିକ୍ଷା, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ କାର୍ଯ୍ୟ କରୁଛି। ଏହି ପଦକ୍ଷେପରେ ସ୍ଥିରତା ପ୍ରଦାନ କରିବା ପାଇଁ କମ୍ପାନି ସେମାନଙ୍କୁ ଏହି ଋଣ ଯୋଗାଇଦେଇଛି।

ଏମସିଏଲ୍ ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱ ଅଧିନରେ ଏନଆଇଟି ରାଉରକେଲାରେ ଟିବିଆଇର ୩ ବର୍ଷର ବିକାଶ ପ୍ରକଳ୍ପକୁ ୨.୬୧ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇଦେଇଛି।

Comment