ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କରୋନା ସଂକ୍ରମଣ ହ୍ରାସ ପାଉଛି। ଗତ କିଛି ସପ୍ତାହ  ଧରି ଏହା ଲଗାତାର ତଳମୁହାଁ ହୋଇଛି। ଏକଥା କହିଛନ୍ତି ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ। ସେ କହିଛନ୍ତି ଯେ ଭୁବନେଶ୍ୱରରେ କରୋନା ସଂକ୍ରମଣ ଶିଖରରେ ରହିବା ପରେ ଏବେ ଖସିବା ଆରମ୍ଭ କରିଛି। ତିନି ସପ୍ତାହ ତଳେ ଦୈନିକ ୪୦୦ରୁ ୫୦୦ କେସ ଆସୁଥିବା ବେଳେ ଏବେ ତାହା ୩୦୦ ପାଖାପାଖି ରହିଛି।

ଆଇସିଏମଆରର ଆକଳନ ଅନୁଯାୟୀ ଦୈନିକ ପଜିଟିଭ ସଂଖ୍ୟା ଆଗାମୀ ଦିନରେ ଆହୁରି ହ୍ରାସ ପାଇବ।ଆଇସିଏମଆରର ଅଧ୍ୟୟନ କହୁଛି ଯେ କୋଭିଡ ସଂକ୍ରମଣ ଥରେ ଉପରକୁ ଚଢ଼ିବା ପରେ ଏହା ଖସିବାକୁ ଲାଗେ ଓ ଶେଷରେ ସମତଳ ହୋଇଥାଏ।

ବିଏମସି କମିଶନର କହିଛନ୍ତି ଯେ ଏହି ଅଧ୍ୟୟନ ଅନୁସାରେ ଭୁବନେଶ୍ୱରରେ ସଂକ୍ରମଣ ଆଉ ବଢ଼ିବ ନାହିଁ ବରଂ କମିବ।

Comment